ନଖରା -ନିଆଳୀ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା
ନଖରା -ନିଆଳୀ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା
ନଖରା ୨୯-୦୫-୨୦୨୫(ଏସ.ଏମ ) :(ବିଜୟ କୁମାର ପଣ୍ଡା ) ଆଜି ଅପରାହ୍ନ ୧୨ ଟାରେ ନଖରା ତ୍ରିନାଥ ବଜାର ସ୍ଥିତ ସଂପୂର୍ଣ୍ଣା ମଲ ସମୁଖରେ ଯାଇଥିବା ମୁଖ୍ୟ ରାସ୍ତାରେ ଏକ ଦୁର୍ଘଟଣା ଘଟିଛି |
ଏହି ଦୁର୍ଘଟଣାରେ ଟାଙ୍ଗୀ -ଚୌଦ୍ୱାର ର ସମାଜସେବୀ ରାଜକିଶୋର ଦାସ ଗୁରୁତ୍ତର ଆହତ ହୋଇଛନ୍ତି |ସଂପୂର୍ଣ୍ଣା ଲାଇଭ ର ସମ୍ପାଦକ ତଥା ଜଣାଶୁଣା ବିଶିଷ୍ଟ ସମାଜସେବୀ ସନ୍ତୋଷ କୁମାର ରାଉତ ଘଟଣାସ୍ଥଳରୁ ରାଜକୀଶୋରଙ୍କୁ ଉଦ୍ଧାରକରୀ ନିଜ କାରରେ ବସାଇ ହସ୍ପିଟାଲକୁ ନେଇଯିବା ସହ ଉକ୍ତ ରାସ୍ତାର ଖାଲଖମକୁ ବାଲିଗଡି ସିମେଣ୍ଟ ଦେଇ ତୁରନ୍ତ ମରାମତି କରିଥିଲେ |
ସୂଚନା ଅନୁଯାଇ ଦୀର୍ଘଦିନ ଧରି ନଖରା-ନିଆଳୀ ମୁଖ୍ୟ ରାସ୍ତା ଅବହେଳିତ ଅବସ୍ଥାରେ ପଡ଼ିରହିଛି |ଗତ ନିର୍ବାଚନ ସମୟରେ କିଛି କିଛି ସ୍ଥାନରେ ରାସ୍ତା ମରାମତି କରାଯାଇଥିଲା | କିନ୍ତୁ ସେସବୁ ଥିଲା ପ୍ରହସନ | ଦୈନିକ ସହ ସହ ଗାଡି ଯିବା ଆସିବା କରୁଥିବାରୁ ପ୍ରାୟେ ଜାଗାରେ ବଡ଼ବଡ଼ ଗର୍ତ୍ତ ଶୃଷ୍ଟି ହୋଇଛି | ଆଜି ସମାଜସେବୀ ରାଜକିଶୋର ଦାସ ତାଙ୍କ ଘରକୁ ଫେରୁଥିବାସମୟରେ ତ୍ରିନାଥ ବଜାର ରାସ୍ତାରେ ହୋଇଥିବା ଗର୍ତ୍ତରେ ପଡି ଦୁର୍ଘଟଣାର ସମୁଖିନ୍ନ ହୋଇଥିଲେ | ଆଗକୁ ବର୍ଷାଦିନ ଆସୁଥିବାରୁ ସେହି ଖାଲଖମାର ବର୍ଷାପାଣି ଜମାହୋଇ ରହିବ |ଯାହାଫଳରେ ରାଜକୀଶୋରଙ୍କ ଭଳି ଅନେକ ଜନସାଧାରଣ ଭାରସ୍ୟାମହରାଇ ଦୁର୍ଘଟଣାର ଶିକାର ହେବେ |ଯେଉଁଥିପାଇଁ ଅକାଳରେ ଜୀବନ ଯିବ |ଏହି ଅବହେଳା ପାଇଁ କିଏ ଦେଇ ରହିବ ତାହା ଏବେ ପ୍ରଶ୍ନବାଚୀ ? |ରାଜ୍ୟ ସରକାର ଏବଂ ସ୍ଥାନୀୟ ଜନପ୍ରତିନିଧି ଏଥି ପ୍ରତି ଧ୍ୟାନ ଦେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି |