ଦେଶ- ବିଦେଶରାଜ୍ୟ

ନଭେମ୍ବର ୧୫ରୁ ମକ୍ ଜନଗଣନା

ନଭେମ୍ବର ୧୫ରୁ ମକ୍ ଜନଗଣନା…

୪ଟି ସ୍ଥାନରେ ହେବ, ୧୭୦ ଅଧିକାରୀ ନିୟୋଜିତ ହେବେ

୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରେ ଘର ଗଣତି ହେବ। ଏହାପରେ ୨୦୨୭ ଫେବ୍ରୁଆରି ୧ରୁ ୨୮ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣତି ହେବ। ଏହାକୁ ନଜରରେ ରଖି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ

ଭୁବନେଶ୍ୱର ୦୪-୧୧-୨୦୨୫(ଏସ,ଏମ ) :  ୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରେ ଘର ଗଣତି ହେବ। ଏହାପରେ ୨୦୨୭ ଫେବ୍ରୁଆରି ୧ରୁ ୨୮ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣତି ହେବ। ଏହାକୁ ନଜରରେ ରଖି ଜନଗଣନା ନିର୍ଦ୍ଦେଶାଳstaୟ ପକ୍ଷରୁ ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ମକ୍ ଜନଗଣନା କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟର ୪ଟି ସ୍ଥାନକୁ ବଛାଯାଇଛି ଏବଂ ୧୭୦ଜଣ ଏନୁମରେଟରଙ୍କୁ ସାମିଲ କରାଯିବ। ଏବେ ସେମାନଙ୍କୁ ତାଲିଲ ଦିଆଯାଉଛି। ଭୁବନେଶ୍ବରର ୱାର୍ଡ  ନଂ-୨୨, କଟକରେ ୱାର୍ଡ ନଂ-୧୭, ମୟୂରଭଞ୍ଜର ଠାକୁରମୁଣ୍ଡା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ମକ୍ ଜନଗଣନା ହେବ। ଏଥିରେ ଲୋକମାନେ ସହଯୋଗ କରିବା ସହ ସମସ୍ତ ତଥ୍ୟ ଦେବାକୁ ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ  ଅନୁରୋଧ କରିଛନ୍ତି।

ଶ୍ରୀ କଲ୍ୟାଣ କହିଛନ୍ତି ଯେ ଏବେ ଯେଉଁ ତଥ୍ୟ ସଂଗ୍ରହ କରାଯିବ ତାହା କେବଳ ସାମ୍ପଲ ସର୍ଭେ। ପରେ ପୁଣି ଥରେ ସର୍ଭେ ହେଲାବେଳେ ଲୋକମାନଙ୍କୁ ପୁଣି ତଥ୍ୟ ଦେବାକୁ ହେବ। ଯେଉଁମାନେ ଚାହିଁବେ ଜନଗଣନା ୱେବସାଇଟ୍‌କୁ ଯାଇ ତଥ୍ୟ ଦେଇପାରିବେ। ସେହିପରି ଏଥର ଜନଗଣନା ପ୍ରସ୍ତୁତି ନେଇ ସେ କହିଛନ୍ତି ଯେ ଏଥର ଜନଗଣନାରେ ପ୍ରାୟ ୧ଲକ୍ଷ ଏନୁମରେଟରଙ୍କୁ ସାମିଲ କରାଯିବ। ଏଥିରେ କେବଳ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ସାମିଲ କରାଯିବ। ତାଙ୍କୁ ସୁପରଭାଇଜ୍ କରିବାକୁ ହାଇସ୍କୁଲ ଶିକ୍ଷକ ରହିବେ। ସମସ୍ତଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର କରି ଆପ୍ ମାଧ୍ୟମରେ ସମସ୍ତ ତଥ୍ୟ ଅପଲୋଡ୍ କରିବାକୁ ହେବ। ଯେଉଁ ଶିକ୍ଷକମାନେ ଜନଗଣନା ପ୍ରକ୍ରିୟାରେ ସାମିଲ୍ ହେବେ ସେମାନଙ୍କୁ ଅତିରିକ୍ତ ପାରିଶ୍ରମିକ ମିଳିବ। ଏଥିପାଇଁ ଆମକୁ ଅର୍ଥ ମିଳିସାରିଛି। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରୁ କେଉଁ ୪୫ଦିନ ଆମ ରାଜ୍ୟରେ ଜନଗଣନା ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ। ୨୦୨୭ ଫେବ୍ରୁଆରି ୧ରୁ ୨୮ପର୍ଯ୍ୟନ୍ତ ସାରା ଦେଶରେ ଏକସଙ୍ଗେ ଜନଗଣତି ହେବ। ସମସ୍ତ ପ୍ରକ୍ରିୟା ସରିଲେ ଆମେ ଯଥାସମ୍ଭବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଦେବୁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *