LatestNewsTOP STORIESରାଜନୀତିରାଜ୍ୟ

ନାରୀ ନିର୍ଯାତନା ଓ ଜାଳେଣି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ମସାଲ ଧରି ରାଜରାସ୍ତାକୁ ଓଲ୍ହାଇଲା କଂଗ୍ରେସ

ନାରୀ ନିର୍ଯାତନା ଓ ଜାଳେଣି ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ
ମସାଲ ଧରି ରାଜରାସ୍ତାକୁ ଓଲ୍ହାଇଲେ କଂଗ୍ରେସ ନେତା ଓ କର୍ମୀ

ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) :  ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନାରୀ ନିର୍ଯାତନା ଓ ଜାଳେଣି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଦେଶ କଂ‌ଗ୍ରେସ କାର୍ଯ୍ୟାଳୟଠାରୁ ଏହି ଶୋଭାଯାତ୍ରା ବାହାରି ରାମମନ୍ଦିର ନିକଟକୁ ଯାଇଥିଲା। ସେଠାରେ ରାସ୍ତା ଅବରୋଧ କରାଯାଇ ଧାରଣା ଦିଆଯାଇଥିଲା। ଏହି ଅବସରରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିଜେପି କ୍ଷମତାସୀନ ହେବା ପୂର୍ବରୁ ଓଡ଼ିଶାର ମହିଳାମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଏହାର ବିପରୀତ ଘଟଣା ସବୁ ଦେଖିବାକୁ ମିଳୁଛି। ସ୍କୁଲ୍‌, କଲେଜ ଓ ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ମହିଳାମାନେ ସୁରକ୍ଷିତ ନାହାନ୍ତି। ମହିଳାମାନଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କଲେ, ଓଡ଼ିଶା ପୁଲିସ ‌ସେମାନଙ୍କ ଉପରେ ଲାଠିଚାର୍ଜ, ପାଣିମାଡ଼ କରିବା ସହିତ ମିଥ୍ୟା ମାମଲା ରୁଜୁ କରି ଗିରଫ କରୁଛି। କରାଯାଉଛି। ଆଗକୁ ନାରୀ ସୁରକ୍ଷା ପାଇଁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କଂଗ୍ରେସ କହିଛି। ସେହିଭଳି ଜାଳେଣି ଗ୍ୟାସ ଦର ଦିନକୁ ଦିନ ବୃଦ୍ଧି ପାଉଛି। ଏକାଥରକେ ୫୦ ଟଙ୍କା ବୃଦ୍ଧି ପାଉଛି। ସରକାର ତୁରନ୍ତ ଦରବୃଦ୍ଧି ନିୟନ୍ତ୍ରଣ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆଜିର ଶୋଭାଯାତ୍ରାରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, ମୀନାକ୍ଷୀ ବାହିନୀପତି, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ରଞ୍ଜିତ ପାତ୍ର, ଉଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *