ରାଜ୍ୟସମସ୍ୟା ଭିତ୍ତିକ ଖବର

ନାଳ ପାର ହୋଇ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

ନାଳ ପାର ହୋଇ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

କଙ୍କଡ଼ାହାଡ଼ ବ୍ଲକ୍‌ର ଦୁର୍ଗମ ଏକୁଲ, ସେକୁଲ, କୋଟ ଓ ପୁଟିପାଳ ଗାଁ ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ବୁଧବାର ଲଗାଣ ବର୍ଷା ସତ୍ତ୍ବେ ଜିଲ୍ଲାପାଳ ପିଛୁଳି ନାଳ ପାର ହୋଇ ଉପରୋକ୍ତ ଗାଁଗୁଡ଼ିକୁ ଯାଇଥିଲେ

କଙ୍କଡ଼ାହାଡ଼/ଭୁବନେଶ୍ୱର୧୦-୦୭-୨୦୨୫( ଏସ .ଏମ ) : ଙ୍କଡ଼ାହାଡ଼ ବ୍ଲକ୍‌ର ଦୁର୍ଗମ ଏକୁଲ, ସେକୁଲ, କୋଟ ଓ ପୁଟିପାଳ ଗାଁ ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ବୁଧବାର ଲଗାଣ ବର୍ଷା ସତ୍ତ୍ବେ ଜିଲ୍ଲାପାଳ ପିଛୁଳି ନାଳ ପାର ହୋଇ ଉପରୋକ୍ତ ଗାଁଗୁଡ଼ିକୁ ଯାଇଥିଲେ। କଙ୍କଡ଼ାହାଡ଼ଠାରୁ ପୁଟିପାଳର ଦୂରତା ୨୪ କିଲୋମିଟର ହୋଇଥିବା ବେଳେ ଏକୁଲ ୨୦ କିମି, ସେକୁଲ ୧୯ କିମି ଓ କୋଟ ଗାଁ ୧୮ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ। ଏହି ଅଞ୍ଚଳକୁ ଗମନାଗମନର ବିଶେଷ ସୁବିଧା ନାହିଁ। ଏକୁଲ ଓ ପୁଟିପାଳ ଗାଁ ଯିବା ବାଟରେ ପିଛୁଳି ନାଳ ଯାତାୟାତରେ ବାଧକ ସାଜିଥାଏ। ବର୍ଷା ଋତୁରେ ୪ ମାସ ଏହି ନାଳରେ ପାଣି ଭର୍ତ୍ତି ରହୁଥିବାରୁ ପାର ହେବା ପାଇଁ ସମସ୍ୟା ହୋଇଥାଏ। ଅନେକ ସମୟରେ ଭରାନାଳରେ ଗର୍ଭବତୀ ଓ ଅସୁସ୍ଥଙ୍କୁ ଷ୍ଟ୍ରେଚର୍‌ରେ ନେବାକୁ ପଡ଼ିଥାଏ। ଜିଲ୍ଲାପାଳ ଗାଁରେ ଥିବା ଅସ୍ଥାୟୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ସମେତ ଲୋକଙ୍କ ଚାଷଜମି ଓ ଘର ବୁଲି ଦେଖିଥିଲେ। ଯେଉଁମାନେ ଭତ୍ତା, ରାସନ କାର୍ଡ ଓ ଆବାସ ପାଇବାରୁ ବଞ୍ଚିତ ରହିଛନ୍ତି, ସେମାନଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *