Views: 100
ନିଆଳୀରେ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ନିଆଳୀ,୦୭-୦୭-୨୦୨୫( ଏସ.ଏମ .) :( ଦ୍ୱିଜବର ମହାପାତ୍ର) ନିଆଳୀ ପୋଲିସ ପ୍ରଶାସନ ପକ୍ଷରୁ ନିଆଳୀରେ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି. ନିଆଳୀ ଥାନା ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମଲିକଙ୍କ ତତ୍ୱାବଧାନରେ ନିଆଳୀର ସମସ୍ତ ଅଞ୍ଚଳରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଦ୍ୱିପାଞ୍ଚଳ କସର୍ଦା,ରାଣିଓଳା,ସିଠାଳୋ,ଏକବେରୁଆଁ,ଏରଞ୍ଚ ସମେତ ବହୁ ପଞ୍ଚାୟତରେ ଭଡାରେ କିମ୍ବା ସରକାରୀଜମିରେ ଘର କରିରହିଥିବା ଅନ୍ୟ ରାଜ୍ୟରୁ ଆସି ରହି ବ୍ୟବସାୟ କିମ୍ବା ଅନ୍ୟ ଯେ କୌଣସି କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ବା ପରିବାରର ସମସ୍ତ ସଦସ୍ୟଙ୍କ ସଠିକ ନାମ, ଠିକଣା , ଅରିଜନାଲ ଆଇଡି ପ୍ରୁଫ ସହିତ ରହୁଥିବା ସ୍ଥାନର ଫଟୋ ଏସ. ଆଇ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ତନ ତନ ଯାଞ୍ଚ କରି ଚିହ୍ନଟ କରିଥିବାର ଦେଖାଯାଇଛି. ଭୁଲ ଠିକଣା କିମ୍ବା ଭୁଲ ତଥ୍ୟ ଦେଇ ରହିଥିବା ବାଙ୍ଗଲାଦେଶୀ, ଏବଂ ଅନ୍ୟ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଶ୍ରୀଯୁକ୍ତ ବେହେରାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ ପ୍ରକ୍ରିୟାରେ ସାହାର୍ଯ୍ୟ କରୁଥିବାର କହିଛନ୍ତି.ଆଗକୁ ଏହି ପ୍ରକ୍ରିୟା ଜୋରଦାର ହେବ ବୋଲି ଏସ ଆଇ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି.