ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ନିର୍ମାଣାଧିନ କାନ୍ଥ ଭୁଶୁଡ଼ିଲା: ସ୍ତ୍ରୀଙ୍କର ଗୋଡ଼ ଭାଙ୍ଗିଲା, ସ୍ବାମୀ ଗୁରୁତର

ନିର୍ମାଣାଧିନ କାନ୍ଥ ଭୁଶୁଡ଼ିଲା: ସ୍ତ୍ରୀଙ୍କର ଗୋଡ଼ ଭାଙ୍ଗିଲା, ସ୍ବାମୀ ଗୁରୁତର

ବୌଦ୍ଧ ଥାନା ବଘିଆପଡା ଗ୍ରାମରେ ନିର୍ମାଣାଧୀନ ସିଡ଼ି ଘରର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟରେ ମହିଳାଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ତାଙ୍କର ସ୍ବାମୀ ମଧ୍ୟ ଗୁରୁତର ଅଛନ୍ତି।

ଜହ୍ନlପଙ୍କ/ଭୁବନେଶ୍ୱର ୦୬-୦୬-୨୦୨୫ (ଏସ .ଏମ ) : ବୌଦ୍ଧ ଥାନା ବଘିଆପଡା ଗ୍ରାମରେ ନିର୍ମାଣାଧୀନ ସିଡ଼ି ଘରର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟରେ ମହିଳାଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ତାଙ୍କର ସ୍ବାମୀ ମଧ୍ୟ ଗୁରୁତର ଅଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ ବଘିଆପଡ଼ା ଗ୍ରାମର ସନତ ପ୍ରଧାନ ଓ ତାଙ୍କ ପତ୍ନୀ ମଞ୍ଜୁଲତା ପ୍ରଧାନ ନିଜ ନିର୍ମାଣାଧିନ ଘରର ସିଡ଼ି କାନ୍ଥରେ ପାଣି ଦେଉଥିବା ବେଳେ ଇଟା ଜୋଡ଼ା ଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲାl ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଉପରେ ଇଟା କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ପରିବାର ଓ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମଞ୍ଜୁଲତାଙ୍କ ଗୋଡ଼ି ଭାଙ୍ଗି ଯାଇଥିବା ବେଳେ ସନତ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛିl

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *