LatestTOP STORIESରାଜ୍ୟ

ନୀଳଚକ୍ର ବାନା ନେଇଗଲା ଚିଲ

ନୀଳଚକ୍ର ବାନା ନେଇଗଲା ଚିଲ

ଶ୍ରୀମନ୍ଦିର ନୀଳଚକ୍ର ଚୂଡ଼ାରୁ ଏକ ହଳଦୀ ରଙ୍ଗର ବାନାକୁ ଚିଲ ଦୁଇ ପଞ୍ଝାରେ ଧରି ମନ୍ଦିର ଚତୁଃପାର୍ଶ୍ବରେ ଉଡ଼ୁଥିବା ସମୟର ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ପୁରୀ/ଭୁବନେଶ୍ୱର ୧୪.୦୪.୨୦୨୫ (ଏସ .ଏମ ) : ଚିଲ ନେଇଗଲା ଶ୍ରୀମନ୍ଦିର ଚୂଡ଼ାରୁ ନୀଳଚକ୍ର ବାନା। ସକାଳ ସମୟର ଏହି ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି। ନୀଳଚକ୍ରରେ ସଂଯୋଗ ହୋଇଥିବା ଏକ ହଳଦୀ ରଙ୍ଗର ବାନାକୁ ଚିଲ ଦୁଇ ପଞ୍ଝାରେ ଧରି ମନ୍ଦିର ଚୂଡ଼ା ଚତୁଃପାର୍ଶ୍ବରେ ବୁଲିବା ପରେ ଉଡ଼ିଯାଉଥିବା ଦେଖିବାକୁ ମିଳିଛି। କିଛି ବ୍ୟକ୍ତି ଏହି ଘଟଣାକୁ ଅଶୁଭ ବୋଲି କହୁଥିଲେ ହେଁ ଚୂନରା ସେବକ ଡ. ଶରତ ଚନ୍ଦ୍ର ମହାନ୍ତି ଏହାକୁ ମଙ୍ଗଳ ସୂଚକ ବୋଲି କହିଛନ୍ତି। ଡ. ମହାନ୍ତି କହିଛନ୍ତି, ଏବେ ଶ୍ରୀରାମଙ୍କ ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଳେ ହନୁମାନ ଜୟନ୍ତୀର ଠିକ୍‌ ପୂର୍ବଦିନ ଚିଲ ବାନା ନେଇ ଉଡ଼ିଯିବା ଏକ ଆନନ୍ଦଦାୟକ ଦୃଶ୍ୟ।ଶ୍ରୀମନ୍ଦିର ଚୂଡ଼ା ପକ୍ଷୀମାନଙ୍କର ଆବାସସ୍ଥଳୀ। ଏହାକୁ ନେଇ ଆଶଙ୍କାଗ୍ରସ୍ତ ହେବାର ଆବଶ୍ୟକତା ନାହିଁ। ବରଂ ଏହା ମଙ୍ଗଳସୂଚକ। ସେ ଏକଥା ମଧ୍ୟ କହିଛନ୍ତି ଯେ ଚଉଦ ହାତିଆ ବାନା ଗଣ୍ଠି ପଡ଼ିପଡ଼ି ବନ୍ଧା ଯାଇଥାଏ। ପବନ ମାଡ଼ ହେବା ଦ୍ବାରା ଏହା ଢିଲା ହୋଇଯିବାର ସମ୍ଭାବନା ରହିଥାଏ। ତେଣୁ ଚିଲ ଉଡ଼ାଇ ନେଉଥିବା ବାନାଟି ସମ୍ଭବତଃ ଢିଲା ହୋଇଯାଇ ଥାଇପାରେ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *