ପଛୁଆ ବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବୁ: ମନମୋହନ
ପଛୁଆ ବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବୁ: ମନମୋହନ
୨୦୨୪ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ୨୧ଟି ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନର ୧୧ମାସ ଭିତରେ ଏଥିରୁ ୧୧ଟି ପୂରଣ ହୋଇସାରିଲାଣି। ଦେଢ଼ ବର୍ଷ ଭିତରେ ବାକି ୧୦ଟି ପ୍ରତିଶ୍ରୁତି ପୂରଣ କରିବୁ।
ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) : ୨୦୨୪ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ୨୧ଟି ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନର ୧୧ମାସ ଭିତରେ ଏଥିରୁ ୧୧ଟି ପୂରଣ ହୋଇସାରିଲାଣି। ଦେଢ଼ ବର୍ଷ ଭିତରେ ବାକି ୧୦ଟି ପ୍ରତିଶ୍ରୁତି ପୂରଣ କରିବୁ। ଏହାସହ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ସରକାର ପୂରଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏବେ ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୧୧.୨୫% ସଂରକ୍ଷଣ ଦିଆଯାଇଥିବା ବେଳେ ଆଗାମୀ ଦିନରେ ମେଡିକାଲ ଓ ବୈଷୟିକ ଶିକ୍ଷାରେ ବି ୧୧.୨୫% ସଂରକ୍ଷଣ ଦିଆଯିବ। ପଛୁଆ ବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ବିଜେପି ସରକାର ବଦ୍ଧପରିକର ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ମେଡିକାଲ, ବୈଷୟିକ ଶିକ୍ଷାରେ ବି ୧୧.୨୫% ସଂରକ୍ଷଣ ଦିଆଯିବ
କିଛି କରିନଥିବା ବିଜେଡି ଓ କଂଗ୍ରେସ ଏବେ ନାଟକ କରୁଛନ୍ତି
ଏହି ସମୟରେ ଅନୁସୂଚିତ ଜାତି ଓ ଜନଜାତିର କେତେ ଅଛନ୍ତି ତାହା ସାର୍ବଜନୀନ କରାଗଲା, ମାତ୍ର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ରିପୋର୍ଟ ପ୍ରକାଶ ନ କରି ଏହି ବର୍ଗ ପ୍ରତି ବୈମାତୃକ ମନୋଭାବ କ’ଣ ପାଇଁ ଦେଖାଇଥିଲା? ସେହିପରି ବିଜେଡି ସରକାର ୨୦୨୨ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ଦିଆଯାଉଥିବା ସଂରକ୍ଷଣକୁ ବନ୍ଦ କରିଦେଇଥିଲେ। ପଛୁଆବର୍ଗର ସଂରକ୍ଷଣରୁ ୫୦% ସୀମାକୁ କୋହଳ କରିବା ପାଇଁ ଅକ୍ଟୋବର ୨୦୧୭ରେ ସୁପ୍ରିମକୋର୍ଟରେ ହୋଇଥିବା ଏସ୍ଏଲ୍ପିରେ ବିଜେଡି ସରକାର କାହିଁକି ଠିକ୍ ଭାବେ ଲଢ଼ିନଥିଲେ? ଏଥିରୁ ସ୍ପଷ୍ଟ ଯେ, ଉଭୟ ବିଜେଡି ଓ କଂଗ୍ରେସର ଓବିସି ସମାଜ ପାଇଁ ଆଦୌ ନିଷ୍ଠା ନାହିଁ। ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତିରେ ୨୭% ସଂରକ୍ଷଣ ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅଛି। ବିଜେପି ଏଥିରେ ପାଦେ ଆଗକୁ ବଢ଼ିଥିବାରୁ ଏବେ ଦୁଇ ବିରୋଧୀ ଦଳର ମୁଣ୍ଡ ଖରାପ ହୋଇଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏସ୍ଟି, ଏସ୍ସି ଉନ୍ନୟନ ଏବଂ ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖପାତ୍ର ଅନିଲ ବିଶ୍ୱାଳ ଓ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।