TOP STORIESରାଜନୀତିରାଜ୍ୟ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣ‌ାଯିବ ବୋଲି କହିଛନ୍ତି

ଭୁବନେଶ୍ବର ୧୫.୦୫.୨୦୨୫(ଏସ .ଏମ ) :ଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣ‌ାଯିବ ବୋଲି କହିଛନ୍ତି । ଶ୍ରମିକ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି । ଏହା ଦ୍ବାରା ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମନେରେଗା କାମକୁ ସଠିକ୍ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ମତପୋଷଣ କରିଛନ୍ତି। ମନରେଗାରେ ଶ୍ରମିକଙ୍କୁ ଲଗାଇ କାମ ନ କରି ମେସିନରେ କାମ ହେଉଛି ମଷ୍ଟର ରୋଲ୍‌ରେ ରାମ, ଦାମ ନାଁ ପକେଇକି କାମ ହେଉଛି । ଯାହାର ନାମ ମଷ୍ଟର ରୋଲ୍‌ରେ ଅଛି ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡ଼ିସିନ ଡାକ୍ତର ବୋଲି ଜଣାପଡ଼ିଛି ବୋଲତ ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *