Latestଘଟଣା ଦୁର୍ଘଟଣାଦେଶ- ବିଦେଶ

ପଞ୍ଜାବରେ ମଦ ମୃତ୍ୟୁ

ପଞ୍ଜାବରେ ମଦ ମୃତ୍ୟୁ

ବିଷାକ୍ତ ମଦ ନେଲା ୧୪ ଜୀବନ, ୬ ଗୁରୁତର

ଅମୃତସର/ଭୁବନେଶ୍ୱର ୧୩.୦୫.୨୦୨୫(ଏସ .ଏମ ) : ଞ୍ଜାବରେ ତାଣ୍ଡବ ରଚିଲା ମଦ । ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅମୃତସର ଜିଲ୍ଲା ମଜୀଠା ସ୍ଥିତ ମଡଇ ଗାଁ ଓ ଭାଗଲି ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ଶବକୁ ପୁଲିସ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମଦ ମୃତ୍ୟୁ ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ମେଡିକାଲ ଟିମ୍ ଘର ଘର ବୁଲି ସ୍ଥିତିର ସମୀକ୍ଷା କରୁଛି । ମଦ ମୃତ୍ୟୁ ମାମଲାର ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ବିଷାକ୍ତ ମଦ କାରବାରର ମୁଖ୍ୟ ଅଭିଯୁକ୍ତ ପ୍ରଭଜିତ୍ ସିଂଙ୍କୁ ତୁରନ୍ତ ଗିରଫ କରାଯାଇଛି । ଏହାସହ ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତମାନଙ୍କୁ ଗିରଫ କରି ପୁଲିସ ପଚରା ଉଚରା କରୁଛି ।  ସରକାର ଘଟଣା ଉପରେ ନଜର ରଖିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା କେମିତି ନବଢିବ ସେନେଇ ଧ୍ୟାନ ଦିଆଯାଇଛି ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *