ରାଜ୍ୟ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନ ହେବ ସ୍ମାରକୀ ତୀର୍ଥସ୍ଥଳ: ମୁଖ୍ୟମନ୍ତ୍ରୀ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନ ହେବ ସ୍ମାରକୀ ତୀର୍ଥସ୍ଥଳ: ମୁଖ୍ୟମନ୍ତ୍ରୀ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ କରାଯିବ। ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତିପୀଠରେ ପରିଣତ କରାଯିବ। ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ

ରାଇରଙ୍ଗପୁର/ଭୁବନେଶ୍ୱର ୧୩.୦୫.୨୦୨୫(ଏସ .ଏମ ) :  ଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ କରାଯିବ। ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତିପୀଠରେ ପରିଣତ କରାଯିବ। ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ରାଇରଙ୍ଗପୁର ଦାଣ୍ଡବୋଷ ଏୟାର୍‌ ଷ୍ଟ୍ରିପ୍‌ରେ ଅବତରଣ କରିଥିଲେ। ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ଏକବର୍ଷ ବ୍ୟାପୀ ସାରାରାଜ୍ୟରେ ପାଳନ କରାଯିବ। ଅଲ୍‌ଚିକି ଲିପି ଓ ସାନ୍ତାଳୀ ଭାଷାର ପ୍ରଚାର, ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ। ବାରିପଦାରେ ଅଲଚିକି ଲାଇବ୍ରେରି ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ୍‌ ଥିଏଟର ସଂଗ୍ରହାଳୟ ଏବଂ ତାଙ୍କ କର୍ମଭୂମିଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ।

ବର୍ଷେ ଯାଏଁ ଅଲ୍‌ଚିକି ଲିପିର ଶତବାର୍ଷିକୀ ସମାରୋହ ପାଳନ କରାଯିବ

ସାନ୍ତାଳୀ ଭାଷାର ପ୍ରସାର ପାଇଁ ସେମିନାର ଆୟୋଜନ ହେବ
ରାଇରଙ୍ଗପୁର ଓ ବାରିପଦାରେ ଅଲଚିକି ଲାଇବ୍ରେରି ପ୍ରତିଷ୍ଠା

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ, ପଣ୍ଡିତ ମୁର୍ମୁ କେବଳ ଜଣେ ବ୍ୟକ୍ତି ନଥିଲେ। ସେ ଥିଲେ ଏକ ଆନ୍ଦୋଳନ। ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ। ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ପାଳନ କେବଳ ଜଣେ ଉଦ୍ଭାବକଙ୍କ ମାନସିକ ସୃଷ୍ଟିର ସମ୍ମାନ ନୁହେଁ, ବରଂ ଏହା ଏକ ଜନଜାତିର ଭାଷା, ସଂସ୍କୃତି ଓ ଅସ୍ମିତାର ମୁକ୍ତ ଅଭିଯାନର ପରିଚୟ। ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ। ଆମେ ଅନେକ ସମୟରେ ଭାଷାକୁ କେବଳ ଯୋଗାଯୋଗର ମାଧ୍ୟମ ବୋଲି ଭାବୁ। କିନ୍ତୁ ଭାଷା ହେଉଛି ଅସ୍ମିତା, ଅସ୍ତିତ୍ୱ ଓ ଅଭିମତର ପ୍ରତିନିଧି। ଯେଉଁ ସମାଜ ନିଜ ଭାଷା ପାଇଁ ଗର୍ବ ଅନୁଭବ କରେ, ସେହି ସମାଜ ଆଗକୁ ବଢ଼େ। ଅଲଚିକି ଏହି ଗର୍ବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରସିଦ୍ଧ ସାନ୍ତାଳୀ ଭାଷା ଗବେଷକ ଚୂନଦା ସୋରେନଙ୍କୁ ‘ଗୁରୁ ଗୋମକେ ଅନ୍ତର୍ଜାତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ। ପୁରସ୍କାର ବାବଦକୁ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ୧୦୦ ସଦସ୍ୟ ବିଶିଷ୍ଟ ଏକ ଗ୍ରୁପ୍‌କୁ ସମ୍ମାନିତ କରି ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ, ପଣ୍ଡିତ ମୁର୍ମୁଙ୍କ ବଂଶଜ ଚୁନିୟନ ମୁର୍ମୁ ଓ ପ୍ରସିଦ୍ଧ ସାନ୍ତାଳୀ ଲେଖିକା ତଥା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରାଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ପଣ୍ଡିତ ରଘୁନାଥ ମୁର୍ମୁ ଐତିହ୍ୟ ଟ୍ରଷ୍ଟର ପୃଷ୍ଠପୋଷକ ତଥା ପୂର୍ବତନ ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *