ରାଜ୍ୟ

ପତଳା ହେଉଛି ସାତକୋଶିଆ ଜଙ୍ଗଲ!

ପତଳା ହେଉଛି ସାତକୋଶିଆ ଜଙ୍ଗଲ!

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଆଉ ନାହିଁ। କେତେକ ସ୍ଥାନରେ ଏହା ପଦା ହୋଇଯାଇଥିବା ସାଟେଲାଇଟ୍‌ ଫଟୋରୁ ଜଣାପଡ଼ୁଛି। ୨୦୦୯ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଏହି ଘଞ୍ଚ ଜଙ୍ଗଲ କ୍ରମାଗତ

ଅନୁଗୁଳ/ଭୁବନେଶ୍ୱର ୦୭.୦୫.୨୦୨୫(ଏସ .ଏମ ) : ନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଆଉ ନାହିଁ। କେତେକ ସ୍ଥାନରେ ଏହା ପଦା ହୋଇଯାଇଥିବା ସାଟେଲାଇଟ୍‌ ଫଟୋରୁ ଜଣାପଡ଼ୁଛି। ୨୦୦୯ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଏହି ଘଞ୍ଚ ଜଙ୍ଗଲ କ୍ରମାଗତ ଭାବରେ ପତଳା ହେଉଥିବା ଦେଖିବାକୁ ମିଳୁଛି।ଗୁଗୁଲ୍ ଆର୍ଥର ଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ସାତକୋଶିଆର ଘଞ୍ଚ ଜଙ୍ଗଲ ତଥା କୋର୍‌ ଏରିଆ (ନିଷିଦ୍ଧାଞ୍ଚଳ) ଧୀରେ ଧୀରେ ପଦା ହେବାକୁ ଲାଗିଛି। ୨୦୦୯ ମସିହାରେ ଯେଉଁ ନିଷିଦ୍ଧାଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ତାହା ୨୦୨୨ ମସିହା ବେଳକୁ ପତଳା ହୋଇଯାଇଥିବା ଦେଖାଯାଇଛି। ସେହି ନିଷିଦ୍ଧାଞ୍ଚଳ ଏକପ୍ରକାର ନଣ୍ଡା ପଡ଼ିଆ ଭଳି ସାଟେଲାଇଟ୍‌ ଚିତ୍ରରେ ଦେଖାଯାଉଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଥିବା ନିଷିଦ୍ଧାଞ୍ଚଳ ସମ୍ପୂର୍ଣ୍ଣ ଭାବେ ବନ ବିଭାଗ ଅଧୀନରେ ଥାଏ। ଏପରିକି ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ ପାଇଁ ଓଡ଼ିଶା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ଅନୁମତି ଆବଶ୍ୟକ ପଡ଼ିଥାଏ। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମଝିପଡ଼ା ଓ ବାଘମୁଣ୍ଡା ମଧ୍ୟବର୍ତ୍ତୀ ଅଞ୍ଚଳଟି ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ, ଯାହା କି ଅନେକ ବନ୍ୟପ୍ରାଣୀଙ୍କ ସମେତ କଲରାପତରିଆ ବାଘଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ। ଯେଉଁ ନିଷିଦ୍ଧାଞ୍ଚଳକୁ ବନ କର୍ମଚାରୀଙ୍କ ବ୍ୟତୀତ କୌଣସି ସାଧାରଣ ଲୋକ ଯାଇପାରିବେ ନାହିଁ, ସେହି ଅଞ୍ଚଳରୁ ଏତେ ସଂଖ୍ୟକ ଗଛ ଗଲା କୁଆଡ଼େ ବୋଲି ପ୍ରଶ୍ନ ଉଠିଛି। ଘଞ୍ଚ ଜଙ୍ଗଲ ଭିତରୁ ଗଛ କାଟିଲା କିଏ? ଏହାର ଉପରସ୍ତରରେ ନିରପେକ୍ଷ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ବନ୍ୟପ୍ରାଣୀ ପ୍ରେମୀମାନେ ଦାବି କରୁଛନ୍ତି। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା କହିଛନ୍ତି, ଗୁଗୁଲ୍‌ ଆର୍ଥର ଚିତ୍ରରୁ ବେଳେବେଳେ ମିଳୁଥିବା ଫଟୋ ଠିକ୍‌ ହୋଇ ନପାରେ। ତେବେ ଆମେ ଅନ୍ୟ ଆପ୍‌ରେ ଏହାକୁ ‌ଦେଖିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *