ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ପଦ୍ମଶ୍ରୀ ପ୍ରାପ୍ତ ସନ୍ନ୍ୟାସୀଙ୍କ ବିରୋଧରେ ଲାଗିଲା ଦୁଷ୍କର୍ମ ଆରୋପ

ପଦ୍ମଶ୍ରୀ ପ୍ରାପ୍ତ ସନ୍ନ୍ୟାସୀଙ୍କ ବିରୋଧରେ ଲାଗିଲା ଦୁଷ୍କର୍ମ ଆରୋପ

ଦୁଷ୍କର୍ମ ଓ ଗର୍ଭପାତର ଅଭିଯୋଗ ଆଣିଲେ ମହିଳା

କୋଲକାତା/ଭୁବନେଶ୍ୱର ୨୮-୦୬-୨୦୨୫(ଏସ .ଏମ ) : ଦ୍ମଶ୍ରୀ ପ୍ରାପ୍ତ ସନ୍ନ୍ୟାସୀଙ୍କ ବିରୋଧରେ ଲାଗିଲା ଦୁଷ୍କର୍ମ ଆରୋପ। ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାଧୁ ସ୍ୱାମୀ ପ୍ରଦୀପ୍ତାନନ୍ଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ତାଙ୍କୁ ଏକ ସ୍କୁଲରେ ଚାକିରି କରାଇ ଦେବା ବାହାନାରେ ୨୦୧୩ ମସିହାରୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଅନ୍ୟପକ୍ଷରେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ଏହି ଆରୋପକୁ ମିଛ ବୋଲି କହିଛନ୍ତି।

ମହାରାଜ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ। ଏହା ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର, ଯାହା ଉଲ୍ଲେଖନୀୟ ସେବା ପାଇଁ ପ୍ରଦାନ କରାଯାଏ। କିନ୍ତୁ ମହିଳାଙ୍କ ଅଭିଯୋଗ ପରେ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି। ମହିଳାଙ୍କ ଅଭିଯୋଗ ମୁତାବକ, ‘ମୁଁ ଡିସେମ୍ବର ୨୦୧୨ରେ ମହାରାଜଙ୍କୁ ଭେଟିଥିଲି। ସେତେବେଳେ ସେ ମୋତେ ଆଶ୍ରମର ଏକ ସ୍କୁଲ, ଚାଣକ ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାନୁଆରି ୨୦୧୩ରେ, ମୋତେ ଶୀଘ୍ର ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦେଇ ସ୍କୁଲର ହଷ୍ଟେଲରେ ମଧ୍ୟ ରଖାଯାଇଥିଲା। ଏହି ସମୟ ମଧ୍ୟରେ, ପ୍ରାୟ ପ୍ରତିଦିନ ସେ ମୋତେ କ୍ୟାମ୍ପସର ପଞ୍ଚମ ମହଲାରେ ଥିବା ଏକ କୋଠରୀକୁ ନେଇ ଦୁଷ୍କର୍ମ କରୁଥିଲେ।’

ସେ ଆହୁରି ଅଭିଯୋଗ କରିଛନ୍ତି, ୨୦୧୩ ମସିହାରେ ଯେତେବେଳେ ମୁଁ ଗର୍ଭବତୀ ହେଲି, ଅଭିଯୁକ୍ତ କିଛି ସ୍କୁଲ କର୍ମଚାରୀଙ୍କ ସହିତ ମିଶି ଗର୍ଭପାତ ପାଇଁ ବ୍ରହ୍ମପୁରର ଏକ ଘରୋଇ ନର୍ସିଂ ହୋମକୁ ମୋତେ ନେଇଯାଇଥିଲେ। ଯେତେବେଳେ ମୁଁ ଏହାକୁ ବିରୋଧ କରିଥିଲି, ସେ ମୋତେ ଧମକ ଦେଇଥିଲେ ଏବଂ ମୋତେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। ଏହା ପରେ ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ମୋତେ ଅନେକ ବର୍ଷ ଠକି ଚାଲିଥିଲେ। ଜୁନ୍ ୧୨ରେ ମୁଁ ତାଙ୍କୁ ଫୋନ କରି ଚାକିରି ବିଷୟରେ ପଚ‌ାରିବାରୁ ସେ ତାଙ୍କ ଲୋକଙ୍କ ଦ୍ବାରା ମୋତେ ଧମକ ଦେଇ ତାଙ୍କ ସହ ଯୋଗାଯୋଗ ନକରିବାକୁ କହିଥିଲେ। “

ଅନ୍ୟପକ୍ଷରେ ମହାରାଜ ତାଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, “ସମୟ ସବୁକିଛି ସାମ୍ନାକୁ ଆଣିବ। ଏହା ମୋ ନାମ ଏବଂ ଖ୍ୟାତିକୁ ବଦନାମ କରିବାର ଏକ ଷଡ଼ଯନ୍ତ୍ର। ଆମ ଆଶ୍ରମରେ ଅନେକ ମହିଳା କାମ କରନ୍ତି ଏବଂ ଅନେକ ଶିଷ୍ୟା ଅଛନ୍ତି। ସେମାନଙ୍କୁ ପଚାରନ୍ତୁ। ସମସ୍ତେ କହିବେ ଯେ ଆମେ ଆମ ମାତାଙ୍କ ପରି ମହିଳାମାନଙ୍କୁ ସମ୍ମାନ କରୁ।”

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *