ପରିବାର ସଦସ୍ୟଙ୍କୁ ପ୍ରଥମ ପର୍ଯ୍ୟାୟ ମୃତଦେହ ହସ୍ତାନ୍ତର:ବିମାନ ଦୁର୍ଘଟଣା ଘଟଣା
ପରିବାର ସଦସ୍ୟଙ୍କୁ ପ୍ରଥମ ପର୍ଯ୍ୟାୟ ମୃତଦେହ ହସ୍ତାନ୍ତର:ବିମାନ ଦୁର୍ଘଟଣା ଘଟଣା
ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୧ ଜଣଙ୍କର ଡିଏନ୍ଏ ମେଳ ଖାଇଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଜି ଡିଏନ୍ଏ ପରୀକ୍ଷା ଆଧାରରେ ପ୍ରଥମ ମର ଶରୀର ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛନ୍ତି
ନୂଆଦିଲ୍ଳୀ/ଭୁବନେଶ୍ୱର୧୫-୦୬-୨୦୨୫( ଏସ .ଏମ ) : ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୧ ଜଣଙ୍କର ଡିଏନ୍ଏ ମେଳ ଖାଇଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଜି ଡିଏନ୍ଏ ପରୀକ୍ଷା ଆଧାରରେ ପ୍ରଥମ ମର ଶରୀର ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରୋଟୋକଲ୍ ଅନୁଯାୟୀ ମୃତଦେହଗୁଡ଼ିକୁ ସମ୍ପୂର୍ଣ୍ଣ ଡିଏନ୍ଏ ଯାଞ୍ଚ ପରେ ହିଁ ହସ୍ତାନ୍ତର କରାଯିବ। ତେବେ ପୂର୍ବରୁ ୮ ମୃତକଙ୍କୁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଚିହ୍ନଟ କରିଥିବାରୁ ଡିଏନ୍ଏ ଟେଷ୍ଟ୍ର ଆବଶ୍ୟକତା ନଥିଲା। ତେଣୁ ଉକ୍ତ ୮ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୂର୍ବରୁ ହସ୍ତାନ୍ତର କରାଯାଇଥିଲା।ଶନିବାର ଡାକ୍ତରମାନେ କହିଛନ୍ତି, ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୭୦ଟି ମର ଶରୀର ଅଣାଯାଇଛି । କିଛି ମୃତ ଯାତ୍ରୀମାନଙ୍କର ସମ୍ପର୍କୀୟ ବିଦେଶରୁ ଡିଏନ୍ଏ ଟେଷ୍ଟିଂ ପ୍ରକ୍ରିୟା ପାଇଁ ଆସୁଛନ୍ତି। ଡିଏନ୍ଏ ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଏଯାବତ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଇନି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭୪ରେ ପହଞ୍ଚିଥିବା ଜଣାପଡ଼ିଛି।