ରାଜନୀତିରାଜ୍ୟ

ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା: ମୁଖ୍ୟମନ୍ତ୍ରୀ

ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା: ମୁଖ୍ୟମନ୍ତ୍ରୀ

  • ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି |
  • ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ |

ଭୁବନେଶ୍ୱର ୨୬-୦୭-୨୦୨୫(ଏସ.ଏମ. ) : ଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ | ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ପରିମଳ କର୍ମଚାରୀ କୁଶଳୀ ଓ ଅତି କୁଶଳୀ ମାନ୍ୟତା ପାଇଛନ୍ତି | ଏହା ସହ ସେମାନଙ୍କୁ ଉଚିତ୍ ମଜୁରୀ ପ୍ରଦାନ, ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ପାଇଁ ପ୍ରୟାସ ସହ ସ୍ବାସ୍ଥ୍ୟ ସେବା ଓ ସମାଜିକ ସୁରକ୍ଷା ଦିଗରେ କିଭଳି ସେମାନଙ୍କ ପାଇଁ କାର୍ଯ୍ୟ କରିହେବ ସେନେଇ ମାନସମନ୍ଥନ ହେବ ।ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ | ଗ୍ରେଡ଼-୧ ପରିମଳ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ବୀମା | ସେହିପରି ସମସ୍ତ ପରିମଳ (ଗ୍ରେଡ଼ ୧) କର୍ମଚାରୀଙ୍କୁ ସ୍ମାର୍ଟ ମୋବାଇଲ ଫୋନ ମିଳିବ | ଏହି ମୋବାଇଲରେ ଜରୁରୀକାଳିନ ସୂଚନା ମିଳିବ | ସେହିପରି ସମସ୍ତ୍ ପରିମଳ କର୍ମଚାରୀଙ୍କୁ ବାସଗୃହ ( ଆବାସ)ଯୋଗାଇ ଦିଆଯିବ |

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *