ଅପରାଧଦେଶ- ବିଦେଶରାଜ୍ୟ

ପଶ୍ଚିମବଙ୍ଗ ହିଂସାର ଝାରସୁଗୁଡ଼ା ଲିଙ୍କ୍

ପଶ୍ଚିମବଙ୍ଗ ହିଂସାର ଝାରସୁଗୁଡ଼ା ଲିଙ୍କ୍

  • ବନହରପାଲିରେ ଏସଟିଏଫର ଛାନ୍‌ଭିନ୍
  • ମୁଖ୍ୟ ଅଭିଯୁକ୍ତଙ୍କ ୨ ପୁଅ ଅଟକ

ଝାରସୁଗୁଡ଼ା/ଭୁବନେଶ୍ୱର ୨୧-୦୪-୨୦୨୫ (ଏସ.ଏମ ) :  ଶ୍ଚିମବଙ୍ଗ ହିଂସା ଘଟଣାରେ ଝାରସୁଗୁଡ଼ା ଲିଙ୍କ୍ ନିଶ୍ଚିତ ହୋଇଛି। ପଶ୍ଚିମବଙ୍ଗ ହିଂସାରେ ସମ୍ପୃକ୍ତି ଅଭିଯୋଗରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ୫ ଜଣିଆ ଟିମ୍ ବନହରପାଲି ଥାନା ବନ୍ଧବାହାଲରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ହିଂସାର ମୁଖ୍ୟ ଅଭିଯୁକ୍ତ ଜାଫ୍ରାବାଦର ଜିଆଉଲ୍ ଶେଖଙ୍କର ୨ ପୁଅଙ୍କୁ ପୁଲିସ ଅଟକ ରଖିଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସପି ସ୍ମିତ ପି ପରମାର ଘଟଣାସ୍ଥଳରେ ପହଞ୍ଚି ସନ୍ଧିଗ୍ଧ ଅଭିଯୁକ୍ତଙ୍କୁ ପଚରାଉଚରା କରିଛନ୍ତି।ପୁଲିସ ୧୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସେମାନଙ୍କ ମୋବାଇଲ ଓ ହିଂସା ଘଟିଥିବା ସମୟରେ ସେମାନଙ୍କ ସ୍ଥିତି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *