ଅପରାଧଦେଶ- ବିଦେଶ

ପହଲଗାମ୍ ଆତଙ୍କୀ ହମଲା: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶାହା

ପହଲଗାମ୍ ଆତଙ୍କୀ ହମଲା: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶାହା

ଶ୍ରୀନଗର/ନୂଆଦିଲ୍ଲୀ ୨୩-୦୪-୨୦୨୫(ଏସ.ଏମ ) :  ହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶ୍ରୀନଗରରେ ଶାହା ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି । ଶୋକାକୂଳ ପରିବେଶରେ ୨୮ ଜଣ ପର୍ଯ୍ୟଟକଙ୍କୁ ଶାହା ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ବେଳେ ଶ୍ରୀନଗରରୁ ଆସି ମୃତକଙ୍କ ଘରକୁ ବାହାରିବ ମରଶରୀର । ତେବେ ଶାହା ଆଜି ପହଲଗାମ୍ ଯିବାର ଯୋଜନା ରହିଛି । ପହଲଗାମ୍ ପହଞ୍ଚି ସେଠାରେ ମୃତକଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କୁ ସମବେଦନା ଜଣାଇବେ । ମଙ୍ଗଳବାର ଆତଙ୍କୀ ହମଲାରେ ଥରିଥିଲା ପହଲଗାମ୍ । ଅନ୍ଧାଧୁନ ଗୁଳି କରି ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ ଆତଙ୍କୀ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା ସବୁଠୁ ବଡ ଆତଙ୍କୀ ହମଲା କୁହାଯାଉଥିବା ବେଳେ ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଦେଶବାସୀ ଦାବି କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ଗସ୍ତକୁ ଅଧାରେ ରଖି ଭାରତ ଫେରି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70