TOP STORIESଦେଶ- ବିଦେଶ

ପାକିସ୍ତାନରେ ରାଫେଲର ଗର୍ଜନ 

ପାକିସ୍ତାନରେ ରାଫେଲର ଗର୍ଜନ

୧୦୦ କିଲୋମିଟ ଭିତରେ ପଶି ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇ ଦେଇଛି ରାଫେଲ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୭.୦୫.୨୦୨୫(ଏସ .ଏମ ) : ର୍ଜିଲା ରାଫେଲ୍, ଥରିଲା ପାକିସ୍ତାନ । ରାତିର ଛାତି ଚିରି ଆତଙ୍କୀଙ୍କ ପ୍ରାଣରୁ ପିଣ୍ଡ କାଢିନେଲା ଲଢୁଆ ବିମାନ ରାଫେଲ ପହଲଗାମ୍ ପ୍ରତିଶୋଧକୁ ସଫଳ କରାଇବାରେ ରାଫେଲର ଥିଲା ବଡ ଭୂମିକା । କାରଣ ପାକିସ୍ତାନରେ ପଶି ଆତଙ୍କୀ

 ଶିବିର ଉପରେ ପ୍ରଚଣ୍ଡ ପ୍ରହାର କରିଥିଲା ରାଫେଲ । ୧୦୦ କିଲୋମିଟ ଭିତରେ ପଶି ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇ ଦେଇଛି ରାଫେଲ । ତେବେ ଅଧ ରାତିରେ ଖାଲି ରାଫେଲ ନୁହେଁ ସୁଖୋଇ ବି ଆତଙ୍କୀଙ୍କୁ ଦେଇଛି ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ ମୋଟ ୮ଟି ସୁଖୋଇ ଏବଂ ୪ଟି ରାଫେଲ । ଆଉ ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଛି ଆତଙ୍କୀ ଆଡ୍ଡା । ଆକ୍ରମଣରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିବା କୁହାଯାଉଛି । ସେପଟେ ଆକ୍ରମଣ ପରେ ସୁରକ୍ଷିତ ଫେରିଲେ ଯବାନ । ଅପରେସନ ସିନ୍ଦୂରରେ ସାମିଲ ଥିବା ଯବାନ ଫେରିଲେ । ଏଥିସହ ରାଫେଲ ମଧ୍ୟ ସୁରକ୍ଷିତ ଫେରିଲା ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *