ପାକିସ୍ତାନୀ ନାଗରିକ ରେଜିଆ ସୁଲତାନାଙ୍କ ଘରେ ସୋର ପୁଲିସ
ପାକିସ୍ତାନୀ ନାଗରିକ ରେଜିଆ ସୁଲତାନାଙ୍କ ଘରେ ସୋର ପୁଲିସ
ଆଜି ସକଳେ ସୋର ପୁଲିସ ପାକିସ୍ତାନୀ ନାଗରିକ ରେଜିଆଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ରେଜିଆ ନଥିବା ବେଳେ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ରେଜିଆ ତାଙ୍କ ପୁଅ ସହ ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିବା ଜଣାଯାଇଛି।
ସୋର/ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) : ଏବେକାର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିବା ପାକିସ୍ତାନୀ ନାଗରିକ ରେଜିଆ ସୁଲତାନା ପ୍ରକୃତରେ ପାକିସ୍ତାନ ଫେରିବେ ନା ଭାରତରେ ରହିବେ ତାକୁ ନେଇ ସମସ୍ତଙ୍କ ମନରେ ଏକ ଦ୍ଵନ୍ଦ୍ବ ଥିବା ବେଳେ ଆଜି ସକଳେ ସୋର ପୁଲିସ ରେଜିଆଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ରେଜିଆ ନଥିବା ବେଳେ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି।ରେଜିଆ ତାଙ୍କ ପୁଅ ସହ ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିବା ବେଳେ ପ୍ରଶାସନ କେଉଁ ସିଦ୍ଧାନ୍ତରେ ଉପନୀତ ହେବ ତାକୁ ହିଁ ଅପେକ୍ଷା। ଏଣେ ରେଜିଆଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେମାନଙ୍କର ପାକିସ୍ତାନ ସହ କୌଣସି ସଂପର୍କ ନାହିଁ, କି ସେଠାରେ କେଉଁଘର ଥିଲା, ତାହା ବି ଜାଣନ୍ତି ନାହିଁ।