Uncategorized

ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ

ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ

ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର। ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର।

ପହଲଗାମ୍‌/ଭୁବନେଶ୍ୱର ୨୯-୦୪-୨୦୨୫ (ଏସ,ଏମ ) : ପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର। ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର। ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ । ପୂର୍ବରୁ ସାର୍କ ଭିସାଧାରୀଙ୍କ ପାଇଁ ଏପ୍ରିଲ ୨୬ ତାରିଖ ଡେଡଲାଇନ୍ ଥିବା ବେଳେ ଆଜି ମେଡିକାଲ ଭିସାଧାରୀଙ୍କ ପାଇଁ ସମୟସୀମା ସରୁଛି। ଯେହେତୁ ଆଜି ଡେଡଲାଇନ୍ ସରୁଛି, ତେଣୁ ପାକିସ୍ତାନ ନାଗରିକ ଭାରତ ନଛାଡ଼ିଲେ ଭୋଗିବେ ଦଣ୍ଡ ।ପାକିସ୍ତାନୀଙ୍କ ବିରୋଧରେ ଇମିଗ୍ରେସନ ଓ ଫରେନର୍ସ ଆକ୍ଟ-୨୦୨୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶ ନଛାଡ଼ିଲେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିପାରେ । ଏପଟେ ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ। ସେମାନଙ୍କ ମଧ୍ୟରୁ ଜଣେ ଭାରତ ଛାଡ଼ିଥିବା ବେଳେ ବାକି ୧୧ ଜଣ କେବେ ଦେଶ ଛାଡ଼ିବେ, ସେ ନେଇ ପରବର୍ତ୍ତୀ ନିର୍ଦ୍ଦେଶାନାମ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୁଲିସ ଡିଜି।

ସରୁଛି ଡେଡଲାଇନ୍
ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍
ସାର୍କ ଭିସାଧାରୀଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା
କେନ୍ଦ୍ର ସରକାର ୧୨ ସ୍ବଳ୍ପ ସମୟ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ
ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି
ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି
ମହାରାଷ୍ଟ୍ରରେ ପାଖାପାଖି ୧ହଜାର ପାକିସ୍ତାନୀ ନାଗରିକ ସ୍ବଳ୍ପ ସମୟ ଭିସାରେ ଥିଲେ
ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନ ନାଗରିକ
ମାତ୍ର ଜଣେ ପାକିସ୍ତାନୀ ଓଡ଼ିଶା ଛାଡ଼ିଛନ୍ତି

 
Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *