ଦେଶ- ବିଦେଶ

ପାକିସ୍ତାନ ପରେ ଏବେ ତୁର୍କୀ ପାଳି

ପାକିସ୍ତାନ ପରେ ଏବେ ତୁର୍କୀ ପାଳି

ଭାରତ ଉପରେ ଆକ୍ରମଣର ଗୋଟି ଗୋଟି ବଦଲା ନିଆଯିବ ଆଉ ସେଥିରେ ଯେଉଁମାନଙ୍କ ସଂପୃକ୍ତି ଥିବ ସେମାନଙ୍କୁ ଶାସ୍ତି ମିଳିବ

ନୂଆଦିଲ୍ଲୀ/ଭୁବନେଶ୍ୱର୧୬-୦୫-୨୦୨୫(ଏସ .ଏମ ) : କାହାକୁ ବି ଛଡାଯିବନି… ଯିଏ ଆତଙ୍କବାଦକୁ ପ୍ରଶ୍ରୟ ଦେବ, ଆତଙ୍କବାଦୀଙ୍କୁ ସହଯୋଗ କରିବ ଆତ ଆତଙ୍କୀଙ୍କୁ ପୋଷୁଥିବା ଦେଶକୁ ସମର୍ଥନ ଦେବ ତାର କଡା ଜବାବ ଦିଆଯିବ । କଡା ଗଣ୍ଡ ହିସାବ କରି ପ୍ରତିଶୋଧ ନିଆଯିବ, ଆଉ ଏମିତି ପ୍ରହାର ହେବ ଅଣ୍ଟା ବି ସଳଖିବାକୁ ଜୁ ନଥିବ… ଆରତ ଉପରେ ଆକ୍ରମଣ କରିବାକୁ ଆତଙ୍କୀସ୍ତାନ ଭାବେ ପରିଚିତ ପାକିସ୍ତାନକୁ ତୁର୍କୀର ସହଯୋଗ ନେଇ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ନିଶାନାକୁ ଯଦି ଭଲ ଭାବେ ଦେଖାଯାଏ ତେବେ ଗୋଟେ କଥା ସ୍ପଷ୍ଟ ଅନୁମାନ କରି ହେଉଛି କି ପାକିସ୍ତାନ ପରେ ଏବେ ତୁର୍କୀ ପାଳି । କାରଣ ଭାରତ ଉପରେ ଆକ୍ରମଣର ଗୋଟି ଗୋଟି ବଦଲା ନିଆଯିବ ଆଉ ସେଥିରେ ଯେଉଁମାନଙ୍କ ସଂପୃକ୍ତି ଥିବ ସେମାନଙ୍କୁ ଶାସ୍ତି ମିଳିବ ।ତୁର୍କୀ ପାକିସ୍ତାନକୁ ଡ୍ରୋନ୍‌ ଯୋଗାଇ ଭାରତ ବିରୋଧୀ କାର୍ୟ୍ୟକଳାପକୁ ସମର୍ଥନ କରୁଛି, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ । ଖାଲି ସେତିକି ନୁହେଁ ଯୁଦ୍ଧ ସ୍ଥିତି ବେଳେ ପାକିସ୍ତାନରୁ ଆସୁଥିବା ଡ୍ରୋନ୍ ସବୁ ତୁର୍କୀର ବୋଲି ଜଣାପଡ଼ିଛି । ମାଳ ମାଳ ତୁର୍କୀ ଡ୍ରୋନରେ ଭାରତକୁ ଆକ୍ରମଣ ପାଇଁ ଉଦ୍ୟମ ହୋଇଛି ଏବଂ ତୁର୍କୀ ସେସବୁ ଡ୍ରୋନ୍ ପରିଚାଳନା ପାଇଁ କିଛି କୁଶଳୀ ଅପରେଟରଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲା । ଯେଉଁଠି ରହି ସେମାନେ ଡ୍ରୋନ ଆକ୍ରମଣ କରୁଥିଲେ । ତେଣୁ ଏଭଳି ସଙ୍ଗୀନ ଅଭିଯୋଗ ଆଉ ସଙ୍ଗୀନ ସଂପୃକ୍ତିର ବଦଲା ନେବାକୁ ଭାରତ ଅଣ୍ଟା ଭିଡିଲାଣି ।ଗତକାଲି ତୁର୍କୀ ସେଲେବି କମ୍ପାନୀର ଚୁକ୍ତି ରଦ୍ଦ ହୋଇଥିବା ବେଳେ ତୁର୍କୀ ସାମଗ୍ରୀକୁ ବ୍ୟାନ୍ କରାଯିବାକୁ ଅଭିଯାନ ଚାଲିଲାଣି । ଆଗକୁ ଅନ୍ୟ ଦିଗରେ ବି ଆକ୍ସନ ନେଇପାରନ୍ତି ମୋଦୀ ସରକାର । ଭାରତ ସହ ତୁର୍କୀର ବାଣିଜ୍ୟିକ ସମ୍ପର୍କ ବେଶ ପୁରୁଣା ହୋଇଥିବା ବେଳେ ପାକିସ୍ତାନ ପାଇଁ ଭାରତ ସହ ବିଶ୍ବାସଘାତକତା ଏବେ ତୁର୍କୀକୁ ମହଙ୍ଗା ପଡ଼ିବ । ତୁର୍କୀର ସାମଗ୍ରୀକୁ ସ୍ୱତଃପ୍ରବୃତ୍ତ ଭାବେ ବଏକଟ୍ କରିବାକୁ ଆଗେଇ ଆସିଛନ୍ତି ଭାରତୀୟ । ତୁର୍କୀକୁ ପାନେ ଦେବାକୁ ଏବେ ଏକାଠି ହୋଇଛନ୍ତି ଦେଶବାସୀ । ତୁର୍କୀରୁ ଭାରତକୁ ସେଓ, ମାର୍ବଲ, ଲେମ୍ବୁ ଓ ସିମେଣ୍ଟ ଆସିଥାଏ । ଭାରତ ତୁର୍କୀଠୁ ମୁହଁ ଫେରାଇବା ପରେ ପ୍ରଥମ ଝଟକା ଲାଗିଛି ତୁର୍କୀ ସେଓ ଉପରେ । ତୁର୍କୀରୁ ଆସୁଥିବା ସେଓକୁ ବଏକଟ୍ କରିଛନ୍ତି ଲୋକ । ସେପଟେ ଆଉ ଆଗକୁ ତୁର୍କୀର ମାର୍ବଲ ମାର୍କେଟ ଉପରେ ମଧ୍ୟ ହେବ ବଡ଼ ପ୍ରହାର । କାରଣ ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସେ । ଏହାଛଡ଼ା କାର୍ପେଟ୍ , ଫର୍ଣ୍ଣିଚର , ହାତ ତିଆରି ଏମ୍ବ୍ରୋଡରି ସାମଗ୍ରୀ , ସିଲ୍କ ଫାବ୍ରିକ୍ , ଲିନନ୍ , ଅଲିଭ୍ ଅଏଲ୍ ,ଡ୍ରାଏ ଫ୍ରୁଟ୍ସ , ଚେରି , ମସଲା ଏବଂ ହର୍ବାଲ୍ ଟି ମଧ୍ୟ ତୁର୍କୀରୁ ଆସେ । ଇଣ୍ଡଷ୍ଟ୍ରିୟାଲ୍ ମେସିନ୍ , ଗୃହ ନିର୍ମାଣ ଉପକରଣ ଏବଂ କୃଷି ଉପକରଣ ମଧ୍ୟ ତୁର୍କୀରୁ ଆସେ । ହେଲେ ଏବେ ଏସବୁ ଉପରେ ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇର ବଡ଼ ବଡ଼ ହୋଟେଲରେ ତୁର୍କୀ ଡିସ୍ ପ୍ରସ୍ତୁତ ନ କରିବା ପାଇଁ ମଧ୍ୟ ସ୍ବର ଉଠୁଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *