ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ବନ୍ଦ
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ବନ୍ଦ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) : ଭାରତରେ ବ୍ୟାନ୍ ହେଲା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ । ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ ବନ୍ଦ । ଆକାଉଣ୍ଟ ବନ୍ଦ କରି ଡିଜିଟାଲ୍ ଆକ୍ସନ ନେଲା ଭାରତ । ପହଲଗାମ ପ୍ରତିଶୋଧ ନେବାକୁ ଭାରତ ଆକ୍ସନ ପରେ ଆକ୍ସନ ନେଉଥିବା ବେଳେ ଭାରତର ଏଭଳି ଆଭିମୁଖ୍ୟ ଦେଖି ଭୟଭୀତ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଛାନିଆରେ ପରମାଣୁର ଧମକ ଦେଇଥିଲେ ।ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ । ଏହି ବୟାନ ପରେ ତାଙ୍କ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।ସେପଟେ ଗତକାଲି ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ କରିଥିଲା । ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିଛି ଭାରତ । ଏହି ଚ୍ୟାନେଲ ଗୁଡିକରେ ଥିବା ମୋଟ ୬୩ ମିଲିୟନ ସବସ୍କ୍ରାଇବରଙ୍କୁ ବ୍ୟାନ କରିଛି ଭାରତ । ପହଲଗାମ ଆକ୍ରମଣ ପରେ ବିଭ୍ରାନ୍ତିକର, ଗୁଜବ ଏବଂ ମିଛ ଖବର ପରିବେଷଣ କରୁଥିବା ପାକ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି ।