TOP STORIESଦେଶ- ବିଦେଶ

ପାକିସ୍ତାନ ବିରୋଧରେ ଲଗାଯାଇଥିବା ସବୁପ୍ରକାର କଟକଣା ବଳବତ୍ତର ରହିବ

ପାକିସ୍ତାନ ବିରୋଧରେ ଲଗାଯାଇଥିବା ସବୁପ୍ରକାର କଟକଣା ବଳବତ୍ତର ରହିବ

ସିନ୍ଧୁ ଜଳ ରାଜିନାମା ସ୍ଥଗିତ, ଅଟ୍ଟାରୀ ଫାଟକ ବି ବନ୍ଦ ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର୧୧.୦୫.୨୦୨୫(ଏସ .ଏମ ) :ସ୍ତ୍ରବିରତି ହୋଇଥିଲେ ମଧ୍ୟ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଲଗାଯାଇଥିବା ସବୁପ୍ରକାର କଟକଣା ବଳବତ୍ତର ରହିବ। ସିନ୍ଧୁ ଜଳ ରାଜିନାମା ସ୍ଥଗିତ ଠାରୁ ଆରମ୍ଭ କରି ଅଟ୍ଟାରି ସୀମା ବନ୍ଦ ରଖାଯିବ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଏପ୍ରିଲ ୨୩ ତାରିଖରେ ଘୋଷଣା କରାଯାଇଥିବା ସମସ୍ତ ମୁକାବିଲାମୂଳକ ପଦକ୍ଷେପ ଜାରି ରହିବ ବୋଲି କୁହାଯାଇଛି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ୨୩ ତାରିଖରେ ଏକାଧିକ କଟକଣା ପାକିସ୍ତାନ ବିରୋଧରେ ଘୋଷଣା କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ରାଜିନାମା-୧୯୬୦କୁ ତୁରନ୍ତ ସ୍ଥଗିତ ରଖାଯାଇଥିଲା। ସେହିଭଳି ଅଟ୍ଟାରୀ ସମନ୍ବିତ ଚେକ୍‌ ପୋଷ୍ଟ୍‌କୁ ତୁରନ୍ତ ବନ୍ଦ ଘୋଷଣା କରାଯାଇଥିଲା। ସାର୍କ ଭିସା ରିହାତି ଯୋଜନାରେ ଭାରତକୁ ବୁଲିବା ଲାଗି ଅନୁମତି ପାଉଥିବା ପାକିସ୍ତାନୀ ନାଗରିକଙ୍କ ଅନୁମତିକୁ ବନ୍ଦ କରାଯାଇଥିଲା। ଅତୀତରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ଏହି ଭିସାକୁ ବାତିଲ କରାଯାଇଥିଲା। ନୂଆଦିଲ୍ଲୀର ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରତିରକ୍ଷା/ସାମରିକ, ନୌସେନା ଏବଂ ବାୟୁସେନା ଉପଦେଷ୍ଟାମାନଙ୍କୁ ଅବାଞ୍ଛିତ ବ୍ୟକ୍ତି ଘୋଷଣା କରାଯାଇ ସେମାନଙ୍କୁ ସପ୍ତାହକ ମଧ୍ୟରେ ଭାରତ ଛାଡ଼ିବାକୁ କୁହାଯାଇଥିଲା। ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରୁ ମଧ୍ୟ ଭାରତର ଏଭଳି ପାହ୍ୟାର ଅଧିକାରୀମାନଙ୍କୁ ପ୍ରତ୍ୟାହାର ପାଇଁ କୁହାଯାଇଥିଲା। ଏଥିସହିତ ଦୂତାବାସ କାର୍ଯ୍ୟାଳୟର ଅଧିକାରୀ ସଂଖ୍ୟା ମେ ୧ ତାରିଖରୁ ୫୫ରୁ ୩୦କୁ ହ୍ରାସ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *