TOP STORIESଅପରାଧଦେଶ- ବିଦେଶ

ପାକ୍‌ ଗୁଇନ୍ଦା ଅଧିକାରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ ଜ୍ୟୋତି

ପାକ୍‌ ଗୁଇନ୍ଦା ଅଧିକାରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ ଜ୍ୟୋତି

ପହଲଗାମ ଆକ୍ରମଣ ପୂର୍ବରୁ ପାକିସ୍ତାନରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୯.୦୫.୨୦୨୫( ଏସ .ଏମ ) : ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ହରିୟାଣାର ହିସାରନିବାସୀ ଜ୍ୟୋତି ମାଲହୋତ୍ରାଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ଏ ବାବଦ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହିସାର ଏସ୍‌ପି ଶଶାଙ୍କ କୁମାର ସାୱନ ରବିବାର କହିଛନ୍ତି, ପାକ୍‌ ଗୁଇନ୍ଦା ସଂସ୍ଥା ଦ୍ବାରା କିଛି ଭାରତୀୟ ୟୁଟ୍ୟୁବର୍‌ଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରାଯାଉଥିଲା ଏବଂ ଜ୍ୟୋତି ଏହି ଯୋଜନାର ଏକ ଅଂଶ ଥିଲେ। କେନ୍ଦ୍ରୀୟ ଏଜେନ୍ସିମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିବା ସେକହିଛନ୍ତି। ଜ୍ୟୋତି ଲଗାତାର ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂପର୍କରେ ଥିଲେ। ସେ ଅନେକ ଥର ପାକିସ୍ତାନ ଏବଂ ଥରେ ଚୀନ୍‌ ଯାଇଛନ୍ତି। ଜ୍ୟୋତିଙ୍କୁ ଏବେ ୫ ଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚରା ଜାରି ରହିଛି । ଜ୍ୟୋତିଙ୍କ ଆର୍ଥିକ ବିବରଣୀ ଏବଂ ସେ ପୋଷ୍ଟ୍‌ କରିଥିବା ଅନେକ ଭିଡିଓର ଏବେ ବିଶ୍ଳେଷଣ କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଜ୍ୟୋତି ମାଲହୋତ୍ରାଙ୍କୁ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆୟୁଧ ଭାବରେ ବ୍ୟବହାର କରୁଥିଲା । ଭାରତରୁ ଗୁପ୍ତ ତଥ୍ୟ ହାସଲ ସମେତ ଭାରତ ବିରୋଧୀ ଏଜେଣ୍ଡାରେ ତାଙ୍କୁ ନିୟୋଜିତ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିବା ପରେ ଏବେ ଖୋଳତାଡ଼ ବ୍ୟାପକ ହୋଇଛି । ଅନ୍ୟ ୟୁଟ୍ୟୁବରଙ୍କ ସହ ମଧ୍ୟ ଜ୍ୟୋତି ଲଗାତାର ଯୋଗାଯୋଗରେ ଥିଲେ। ଜ୍ୟୋତି ପ୍ରାୟୋଜିତ ଭ୍ରମଣରେ ପାକିସ୍ତାନ ଯାଉଥିଲେ ଏବଂ ପହଲଗାମ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନରେ ଥିଲେ ବୋଲି ଜଣାପଡ଼ିଛି। ପହଲଗାମ ଆକ୍ରମଣ ସହିତ ଏହାର କିଛି ସଂପର୍କ ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି । ଏହି ମାମଲାରେ ବିଭିନ୍ନ ରାଜ୍ୟରେ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ପାକ୍‌ ଗୁଇନ୍ଦା ଅଧିକାରୀଙ୍କ ସହ ଗୁପ୍ତ ବୈଠକ
ଜ୍ୟୋତିଙ୍କୁ ଆୟୁଧ କରୁଥିଲା ଆଇଏସ୍‌ଆଇ

ଜ୍ୟୋତି ମାଲହୋତ୍ରାଙ୍କର ‘ଟ୍ରାଭେଲ୍ ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଥିବା ବେଳେ ତାଙ୍କର ୩.୭୭ ଲକ୍ଷ ସବ୍‌ସ୍କ୍ରାଇବର ଅଛନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଆକାଉଣ୍ଟରେ ତାଙ୍କ ପାକିସ୍ତାନ ଗସ୍ତ ସହ ଜଡିତ କିଛି ଭିଡିଓ ପୋଷ୍ଟ କରାଯାଇଛି ଯେପରିକି ‘ଇଣ୍ଡିଆନ୍ ଗର୍ଲ ଇନ୍ ପାକିସ୍ତାନ’, ‘ଇଣ୍ଡିଆନ୍ ଗାର୍ଲ ଏକ୍ସପ୍ଲୋରିଙ୍ଗ୍ ଲାହୋର’, ‘କଟାସ ରାଜ ମନ୍ଦିରରେ ଇଣ୍ଡିଆନ୍ ଗାର୍ଲ’ ଆଦି ଚର୍ଚ୍ଚାରେ ରହିଛି ।ସେ ବର୍ତ୍ତମାନ ସୁଦ୍ଧା ମୋଟ ୪୮୭ଟି ଭିଡିଓ ପ୍ରସ୍ତୁତ କରିସାରିଲେଣି। ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ନିଜକୁ ‘ୱାଣ୍ଡରର ହରିୟାଣୀ ପ୍ଲସ୍ ପଞ୍ଜାବୀ’ ଭାବେ ପରିଚୟ ଦେଉଛନ୍ତି ଏବଂ ପାକିସ୍ତାନକୁ ସୁହାଇବା ଭଳି ବିଷୟବସ୍ତୁ ପ୍ରଚାର ଉପରେ ଗୁରୁତ୍ବ ଦେଇଆସୁଥିବା ଜଣାପଡ଼ିଛି। ଜ୍ୟୋତିଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅନ୍ୟ ଭାରତୀୟ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ସହ ଯୋଗାଯୋଗରେ ଥିଲେ। ଗୁଇନ୍ଦାଗିରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାରତ ମେ ୧୩ରେ ଉକ୍ତ ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଥିଲା। ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ମେ ୧୬ରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ୨୦୨୩ରେ ଜ୍ୟୋତି ପାକିସ୍ତାନ ହାଇ କମିସନରେ ଏହସାନ ରହିମ ଓରଫ ଦାନିଶଙ୍କ ସଂପର୍କରେ ଆସିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *