ଦେଶ- ବିଦେଶରାଜନୀତି

ପା‌ଚେରି ଡେଇଁଲେ ଓମାର ଅବଦୁଲ୍ଲା

ପା‌ଚେରି ଡେଇଁଲେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋମବାର ଶ୍ରୀନଗର ନୌହଟ୍ଟା ଅଞ୍ଚଳରେ ସହିଦମାନଙ୍କର ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପାଇଁ ଏକ ପା‌ଚେରି ଡେଇଁଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର୧୫-୦୭-୨୦୨୫(ଏସ .ଏମ ) : ମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋମବାର ଶ୍ରୀନଗର ନୌହଟ୍ଟା ଅଞ୍ଚଳରେ ସହିଦମାନଙ୍କର ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପାଇଁ ଏକ ପା‌ଚେରି ଡେଇଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କର୍ତ୍ତୃପକ୍ଷମାନେ ଅଟକାଇବାରୁ ସେ ପାଚେରୀ ଡେଇଁଛନ୍ତି। ଉକ୍ତ ସ୍ଥଳକୁ ଗମନାଗମନ ଉପରେ କଟକଣା‌ ଲାଗିଥିଲା ଏବଂ ପୁଲିସ ଉକ୍ତ ସ୍ଥାନକୁ କାହାକୁ ଛାଡ଼ୁ ନଥିବାବେଳେ ଅବଦୁଲ୍ଲା କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଦଳୀୟ ନେତାମାନଙ୍କ ସହଯୋଗରେ ଉକ୍ତ ସ୍ଥାନକୁ ଯାଇଥିଲେ। ଅବଦୁଲ୍ଲା ସମାଧିସ୍ଥଳରେ ପହଞ୍ଚିବାପାଇଁ ନକଶବନ୍ଦ ସାହେବ ଦରଘା ଗେଟ୍‌ ଡେଉଁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହାପରେ ଏକ୍ସରେ ଏକ ପୋଷ୍ଟ୍‌ କରି ଅବଦୁଲ୍ଲା କହିଛନ୍ତି, ‘୧୯୩୧ ଜୁଲାଇ ୧୩ ସହିଦଙ୍କ ସମାଧିସ୍ଥଳରେ ସମ୍ମାନ ଜ୍ଞାପନ କଲି। ଅଣନିର୍ବାଚିତ ସରକାର ନୌହଟ୍ଟା ଚୌକ ନିକଟରେ ମୋ ରାସ୍ତା ବନ୍ଦ କରିବାପାଇଁ ଚେଷ୍ଟା କରିଥିଲେ। ସେମାନେ ନକଶବନ୍ଦ ସ୍ଥଳ ଗେଟ୍‌ ବନ୍ଦ କରିଦେଲେ। ଫଳରେ ମ‌େତ ପା‌ଚେରି ଡେଇଁବାକୁ ପଡ଼ିଲା ବୋଲି ଅବଦୁଲ୍ଲା ପୋଷ୍ଟ୍‌ କରି କହିଛନ୍ତି। ତାଙ୍କୁ ‌ସେଠାରେ ଠେଲାପେଲା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *