ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା
ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା
ଆଜି ଶେଷ ଶୁଣାଣି, ଉପସ୍ଥିତ ରହିବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ।
ପାଟଣାଗଡ଼/ଭୁବନେଶ୍ୱର ୧୩.୦୫.୨୦୨୫(ଏସ .ଏମ ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ। ତାଙ୍କୁ ପୁଲିସ ବଲାଙ୍ଗୀର କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ କଡ଼ା ସୁରକ୍ଷା ମଧ୍ୟରେ ଆଣିଛି। ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ। ତାଙ୍କୁ ପୁଲିସ କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ ନେଇସାରିଲାଣି। ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା।