ଅପରାଧଦେଶ- ବିଦେଶ

ପାଟନାର ବଡ଼ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ପାଟନାର ବଡ଼ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବିହାରର ରାଜଧାନୀ ପାଟନାରେ ଥିବା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଶୁକ୍ରବାର(ଜୁଲାଇ ୪) ରାତି ୧୧ଟାରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି

ପାଟନା/ଭୁବନେଶ୍ୱର୦୫-୦୭-୨୦୨୫(ଏସ.ଏମ ) : ର ବାହାରେ ପାଟନାର ବଡ଼ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା। ୬ବର୍ଷ ତଳେ ପୁଅକୁ କରାଯାଇଥିଲା ହତ୍ୟା। କାମ ସାରି ଘରକୁ ଫେରୁଥିବା ବେଳେ ଘର ବାହାରେ ଲୁଚି ବସିଥିବା ଅଭିଯୁକ୍ତ ତାଙ୍କ ଉପରେ ଗୁଳି ବର୍ଷା କରିଥିଲେ ବୋଲି ଜଣାଯାଇଛି। ବିହାରର ରାଜଧାନୀ ପାଟନାରେ ଥିବା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଶୁକ୍ରବାର(ଜୁଲାଇ ୪) ରାତି ୧୧ଟାରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ନିଜ ହେପାଜତକୁ ନେବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ମାମଲାର ତଦନ୍ତ ଆରମ୍ଭ କରି ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ତଦନ୍ତ ପାଇଁ ଏସଆଇ ମଧ୍ୟ ଗଠନ କରାଯାଇଥିବା କୁହାଯାଉଛି।ଖେମକା, ପାଟନାର ଜଣେ ବଡ଼ ବ୍ୟବସାୟୀ ଥିଲେ। ସେ ମଗଧ ହସ୍ପିଟାଲର ମାଲିକ ମଧ୍ୟ ଥିଲେ। ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ୬ବର୍ଷ ପୂର୍ବେ ବୈଶାଳୀର ଇଣ୍ଡଷ୍ଟ୍ରିଆଲ ପୁଲିସ ଷ୍ଟେସନ ଅଞ୍ଚଳରେ ଅପରାଧୀମାନେ ହତ୍ୟା କରିଥିଲେ। ଏବେ ପୁଣି ଗୋପାଳ ଖେମକାଙ୍କୁ ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।କୁହାଯାଉଛି ଯେ, ପନାସ ହୋଟେଲ ପାଖ ଆପର୍ଟମେଣ୍ଟରେ ରହୁଥିଲେ ଗୋପାଲ। ଶୁକ୍ରବାର ରାତିରେ ସେ ଘରକୁ ଫେରିବା ବେଳେ ଘରର ଫାଟକ ଆଗରେ ଠିଆ ହୋଇଥିଲେ। ଗେଟ୍ ଖୋଲିଲେ ଭିତରକୁ ଯିବେ ବୋଲି ଅପେକ୍ଷା କରିଥିବା ବେଳେ ପାର୍କିଂ‌ରେ ଲୁଚି ବସିଥିବା ଅଭିଯୁକ୍ତ ତାଙ୍କୁ ଆସି ଗୁଳି କରିଥିଲା। ଅଭିଯୁକ୍ତ ମୁଣ୍ଡରେ ହେଲମେଟ ପିନ୍ଧିଥିବାରୁ ତାଙ୍କର ମୁହଁ ସିସିଟିଭିରେ କଏଦ ହୋଇପାରିନାହିଁ। ତେବେ କିଏ ଏଭଳି ଅପରାଧ କାହିଁକି କରିଛି ତାହା ସାମ୍ନାକୁ ଆସିନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *