ପିଲା ପଢ଼ିବେ ବିତ୍ତୀୟ ସାକ୍ଷରତା
ପିଲା ପଢ଼ିବେ ବିତ୍ତୀୟ ସାକ୍ଷରତା
ଉଚ୍ଚଶିକ୍ଷା ବିଭାଗ ଓ ଏନ୍ଏସ୍ଆଇ ମଧ୍ୟରେ ବୁଝାମଣାପତ୍ର
ମହାବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇଛି। ବାଣିଜ୍ୟ ସମେତ କଳା ଓ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଫାଇନାନ୍ସିଆଲ ଓ ମ୍ୟୁଚୁଆଲ ଭଳି କ୍ଷେତ୍ରରେ ତାଲିମ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର ୧୬-୦୫-୨୦୨୫ (ଏସ.ଏମ ) : ମହାବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇଛି। ବାଣିଜ୍ୟ ସମେତ କଳା ଓ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଫାଇନାନ୍ସିଆଲ ଓ ମ୍ୟୁଚୁଆଲ ଭଳି କ୍ଷେତ୍ରରେ ତାଲିମ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ(ଏନ୍ଏସ୍ଆଇ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରତି ମହାବିଦ୍ୟାଳୟରୁ ୪୦ଜଣ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କଲେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଲେବୁଲ୍-୧ ଓ ଲେବୁଲ୍-୨ ସ୍ତରର ବିତ୍ତୀୟ ସାକ୍ଷରତା ସମ୍ପର୍କରେ ଶିକ୍ଷା ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍ ଶିକ୍ଷା ଦିଆଯିବ।