ଅପରାଧରାଜ୍ୟ

ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ

ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ 

ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ତିହୁରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି | ନାବାଳକ ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ ଘଟିଛି | ମୃତକ ହେଲେ ଗଜରାଜ ଭୋଇ ଓରଫ ଗଜାନନ( ୪୪ ) |

ୂର
news by sampurna .live

ବାଲିପାଟଣା/ଭୁବନେଶ୍ୱର ୦୨-୦୫-୨୦୨୫(ଏସ.ଏମ ) :  ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ତିହୁରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି | ନାବାଳକ ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ ଘଟିଛି | ମୃତକ ହେଲେ ଗଜରାଜ ଭୋଇ ଓରଫ ଗଜାନନ( ୪୪ | ଗଜରାଜ ମଦ୍ୟପାନ କରି ଘରେ ବାରମ୍ବାର ଗଣ୍ଡଗୋଳ କରୁଥିଲେ | ଗତକାଲି ରାତିରେ ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ | ଉତକ୍ଷିପ୍ତ ହୋଇ ପୁଅ ଲୁହାଛଡ଼ରେ ବାପାର ମୁଣ୍ଡକୁ ପିଟି ଦେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତ |ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ମୃତୟନ ହେବା ସହ କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି |ସୂଚନା ଅନୁସାରେ, ଗଜରାଜ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି | ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ | ଗଜରାଜ ପ୍ରତ୍ୟେକ ଦିନ ମଦ ପିଇ ଘରେ ଓ ପଡ଼ିଶା ଲୋକଙ୍କୁ ଗାଳିଗୁଲଜ କରୁଥିଲେ | ତାଙ୍କ ପତ୍ନୀ ରଚନାଙ୍କୁ ବହୁ ବାର ମାଡ଼ ମାରି ଆହତ କରୁଥିଲେ | ସେଥିପାଇଁ ରଚନା ବିବାହର କିଛି ବର୍ଷ ପରେ ପିଲାମାନଙ୍କୁ ନେଇ ବାଲିଅନ୍ତା ଥାନା ଗାଣ୍ଡିଲୋ ଗ୍ରାମ ନିଜ ବାପଘରକୁ ଚାଲି ଯାଇଥିଲେ | ପୁଅ ଏବଂ ଝିଅ ମାମୁଁ ଘରେ ରହି ପାଠ ପଢ଼ନ୍ତି |ପୁଅ ଶୁଭମ ଭୋଇ ଓରଫ ତପୁ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲରେ ପାଠ ପଢୁଥିଲେ | ପୁଅ ତପୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି | ଗତ ପଣା ସଂକ୍ରାନ୍ତିରେ ସେ ଘରକୁ ଆସିଥିଲେ | ବାପା ଗଜରାଜଙ୍କ ସ୍ଵଭାଵରେ ପରିବର୍ତ୍ତନ ଘଟି ନ ଥିଲା | ନିଶାସକ୍ତ ଅବସ୍ଥାରେ ବାରମ୍ବାର ଘରେ ଗାଳିଗୁଲଜ କରିବା ସହ ପତ୍ନୀ ଏବଂ ପୁଅକୁ ଆକ୍ରମଣ କରୁଥିଲେ | ଗତକାଲି ରାତିରେ ଗଜରାଜ ମଦ ପିଇ ରାତି ପ୍ରାୟ ୮ ଟାରେ ଘରେ ଉତ୍ପାତ କରିଥିଲେ | ଅତିଷ୍ଠ ହୋଇ ଶେଷରେ ପୁଅ କୌଣସି ମାରଣାସ୍ତ୍ର ସାହାଯ୍ୟରେ ବାପାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ | ମୁଣ୍ଡ ଫାଟି ଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା | ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ | ତାଙ୍କୁ ଉଦ୍ଧାର କରି ନିଆଳି ହସ୍ପିଟାଲକୁ ନିଆଯାଇଥିଲା | ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହ ଘରକୁ ଆଣିଥିଲେ |

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *