HELTHTOP STORIESଦେଶ- ବିଦେଶରାଜ୍ୟ

ପୁଣି କଡ଼ ଲେଉଟାଇଲା କରୋନା

ପୁଣି କଡ଼ ଲେଉଟାଇଲା କରୋନା

ଗୁଜରାଟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ JN.1ର ଲକ୍ଷଣ କଣ ?

ଗାନ୍ଧୀନଗର/ଭୁବନେଶ୍ୱର ୨୩-୦୫-୨୦୨୫(ଏସ .ଏମ ) : ଦେଶରେ ବଢୁଛି କରୋନା ଲହର । ପୁଣି କଡ଼ ଲେଉଟାଇଲା କରୋନା । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୁଜରାଟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୧୫ ଜଣ କରୋନା ପଜିଟିଭ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତ ଏବେ ସଙ୍ଗରୋଧରେ ଥିବାବେଳେ ଅହମଦାବାଦ ସହରରେ ୧୩ ଜଣେ ଏବଂ ଗ୍ରାମାଞ୍ଚଳରେ ୨ ଜଣେ ଥିବା ଜଣାପଡିଛି ।ଓମିକ୍ରନ ପ୍ରଜାତିର ଏହି ଭୂତାଣୁ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଡାକ୍ତରମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନାର ଔଘ.୧ ପ୍ରକାରର ସାଧାରଣ ଲକ୍ଷଣ ହେଉଛି- ଜ୍ୱର, କାଶ, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ମାଂସପେଶୀ ଯନ୍ତ୍ରଣା, ଭୋକ ନହେବା, ବାନ୍ତି ହେବା, ପାକସ୍ଥଳୀରେ ସମସ୍ୟା ଦେଖାଦେବା ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *