ପୁଣି ଚର୍ଚ୍ଚାରେ ହଂସିତା-ଅନୀଲ୍ ମାମଲା: ଆୟକର ବିଭାଗ ନଜରରେ ବେନାମୀ ସମ୍ପତ୍ତି, ଆଟାଚ୍ ହୋଇପାରେ ଗାଡ଼ି ଓ ଫ୍ଲାଟ୍
ପୁଣି ଚର୍ଚ୍ଚାରେ ହଂସିତା-ଅନୀଲ୍ ମାମଲା: ଆୟକର ବିଭାଗ ନଜରରେ ବେନାମୀ ସମ୍ପତ୍ତି, ଆଟାଚ୍ ହୋଇପାରେ ଗାଡ଼ି ଓ ଫ୍ଲାଟ୍
କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛି ଠକଯୋଡ଼ି ହଂସିତା ଓ ଅନୀଲଙ୍କ ମାମଲା। ଏବେ ଆୟକର ବିଭାଗର ବେନାମୀ ୟୁନିଟ୍ ସେମାନଙ୍କ ଠକେଇ ପେଡ଼ି ଖୋଲିବାକୁ ଯାଉଛି। ସେମାନଙ୍କ ବେନାମୀ ସମ୍ପତ୍ତିକୁ ନିଶାଣ କରିଛି ଆୟକର ବିଭାଗ।
ଭୁବନେଶ୍ୱର ୨୪-୦୫-୨୦୨୫(ଏସ.ଏମ ) : କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛି ଠକଯୋଡ଼ି ହଂସିତା ଓ ଅନୀଲଙ୍କ ମାମଲା। ଏବେ ଆୟକର ବିଭାଗର ବେନାମୀ ୟୁନିଟ୍ ସେମାନଙ୍କ ଠକେଇ ପେଡ଼ି ଖୋଲିବାକୁ ଯାଉଛି। ସେମାନଙ୍କ ବେନାମୀ ସମ୍ପତ୍ତିକୁ ନିଶାଣ କରିଛି ଆୟକର ବିଭାଗ। ଦାମୀ ପୋର୍ସେ ଗାଡ଼ି ଓ ନାମୀ ସଂସ୍ଥାଠାରୁ କିଣାଯାଇଥିବା ଫ୍ଲାଟ୍ର ହିସାବପତ୍ରକୁ ନେଇ ଖୋଳତାଡ଼ କରିବ ଆୟକର ବିଭାଗର ବେନାମୀ ୟୁନିଟ୍।
ଆୟକର ବିଭାଗରୁ ମିଳିଥିବା ସୂଚନାନୁସାରେ ଫୋର୍ସେ ଗାଡ଼ି ଓ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ କିଣିଥିବା ଫ୍ଲାଟ୍ ପାଇଁ ସେମାନେ କେଉଁ ସୂତ୍ରରୁ ଅର୍ଥ ଯୋଗାଡ଼ କରିଥିଲେ, ତାହାର ହିସାବପତ୍ର ମିଳୁନାହିଁ। ହଂସିତା ଓ ଅନୀଲ୍ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ତେଣୁ ଖୁବ୍ ଶୀଘ୍ର ସେମାନଙ୍କୁ ନୋଟିସ୍ କରାଯିବ। ଏହାପରେ କୌଣସି ସନ୍ତୋଷଜନକ ଜବାବ ନ ମିଳିଲେ, ସେସବୁ ସମ୍ପତ୍ତିକୁ ଆଟାଚ୍ କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଜାମିନରେ ଜେଲ୍ରୁ ମୁକୁଳିବା ପରେ ସେମାନେ ଜବତ ସମସ୍ତ ଗାଡ଼ିକୁ ରିଲଜ୍ କରାଇ ନେଇଛନ୍ତି। କିନ୍ତୁ କୌଣସି ଗାଡ଼ିକୁ ସେମାନେ ବିକ୍ରି କରିପାରିବେ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଆର୍ଟିଓଙ୍କୁ ଅବଗତ କରାଯାଇଛି।