ଅପରାଧଘଟଣା ଦୁର୍ଘଟଣା

ପୁରୀରେ ୮୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ,

ପୁରୀରେ ୮୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ

ପୁରୀ ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ନିରୀକ୍ଷକ ପ୍ରଭାକର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ…

କୋଣାର୍କ ୧୬-୧୦-୨୦୨୫( ଏସ.ଏମ ) : ପୁରୀଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ନିରୀକ୍ଷକ ପ୍ରଭାକର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି ୮୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛନ୍ତି। ଏଥି ସହିତ ବ୍ରାଉନ୍‌ସୁଗାର କାରବାର ସହିତ ଜଡ଼ିତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲା ବାପୁନି ମହାନ୍ତି (୨୩)।ପୁଲିସ ସୂଚନା ଅନୁସାରେ ବାପୁନି ମହାନ୍ତି ଗୋପ ଥାନା ଅଧୀନ ନୟାହାଟ କଲେଜ ଛକରେ ବ୍ରାଉନସୁଗାର ବିକିବା ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚି ଥିଲେ।ଚଢ଼ଉ ସମୟରେ ବାପୁନି ଠାରୁ ୮୫ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁକରି ଆସାମୀଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକlରାଗIରକୁ ପଠାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏହି ଚଢ଼ଉରେ ଶେଖ୍‌ ୱାରିସ, ସବିତା ସାହୁ, ଫିରୋଜ

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *