ଦେଶ- ବିଦେଶରାଜ୍ୟ

ପୁରୀ ବିମାନବନ୍ଦର ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର

ପୁରୀ ବିମାନବନ୍ଦର ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର

ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ୨୦୨୩ ସେପ୍ଟେମ୍ବରରେ ଗ୍ରିନ୍‌ଫିଲ୍ଡ ଏୟାରପୋର୍ଟ ଭାବରେ ସିଭିଲ୍‌ ଆଭିଏସନ ମନ୍ତ୍ରାଳୟ ‘ସାଇଟ୍‌ କ୍ଲିୟରାନ୍ସ’ ଦେବା ପରେ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି

ପୁରୀ୦୫-୦୭-୨୦୨୫(ଏସ.ଏମ ) : ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ୨୦୨୩ ସେପ୍ଟେମ୍ବରରେ ଗ୍ରିନ୍‌ଫିଲ୍ଡ ଏୟାରପୋର୍ଟ ଭାବରେ ସିଭିଲ୍‌ ଆଭିଏସନ ମନ୍ତ୍ରାଳୟ ‘ସାଇଟ୍‌ କ୍ଲିୟରାନ୍ସ’ ଦେବା ପରେ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଚଳିତ ବର୍ଷ ମେ ୬ ତାରିଖରେ କେନ୍ଦ୍ର ସରକାରଙ୍କଠାରୁ ସ୍ବୀକୃତି ମିଳିଛି। ଏସବୁ ହାସଲ ହେବା ପରେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଖୁବ୍‌ଶୀଘ୍ର ରିକ୍ବେଷ୍ଟ ଫର ପ୍ରପୋଜାଲ୍‌ (ଆର୍‌ଏଫ୍‌ପି) ଆହ୍ବାନ କରିବାକୁ ଯାଉଛନ୍ତି।

ସମୁଦାୟ ୧୧୬୪ ଏକର ଜମିରେ ହେବାକୁ ଥିବା ଏହି ବିମାନବନ୍ଦର ପାଇଁ ୬୮ ଏକର ଜମିର କିସମ ପରିବର୍ତ୍ତନ ହେବ। ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଉଠାଇଥିବା ପ୍ରଶ୍ନର ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଉତ୍ତର ରଖିସାରିଛି। ରିଜିଓନାଲ୍‌ ଏମ୍ପାୱାର୍‌ଡ୍‌ କମିଟି (ଆର୍‌ଇସି) ଷ୍ଟେଜ୍‌-୧ ଫରେଷ୍ଟ କ୍ଲିୟରାନ୍ସ ଦେଇ ସାରିଛି।

ଗତ ମାସ ୨୪ ତାରିଖରେ ଉପଦେଷ୍ଟା କମିଟି ବୈଠକରେ ଅଲିଭ୍‌ ରିଡ୍‌ଲେ, ଡଲ୍‌ଫିନ୍‌, ବହିରାଗତ ପକ୍ଷୀଙ୍କ ସୁରକ୍ଷା ତଥା ସେମାନେ ଯେଭଳି ପ୍ରଭାବିତ ନହେବେ ସେଥିପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା ପ୍ରସ୍ତୁତ ହୋଇଛି। ଅନ୍ୟପଟେ ଉପଦେଷ୍ଟା କମିଟିର ପ୍ରସ୍ତାବ ଆଧାରରେ ବାଣିଜ୍ୟ ଓ ପରିବହନ ବିଭାଗ ଷ୍ଟେଜ୍‌-୧ କ୍ଲିୟରାନ୍ସ ପାଇଁ ଏକ ପ୍ଲାନ୍‌ ପ୍ରସ୍ତୁତ କରୁଛି। ଜୁନ୍‌ ୨୬ ତାରିଖରେ ବସିଥିବା ବୈଠକରେ ଏକ୍ସପର୍ଟ ଆପ୍ରେଜାଲ୍‌ କମିଟି ପରିବେଶ ମଞ୍ଜୁରୀ ପାଇଁ ସୁପାରିସ କରିସାରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *