ଅପରାଧଦୁର୍ନୀତିରାଜ୍ୟ

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ଥର୍ ଗାଡ଼ି ସହ ଦୁଇ ହାଇୱା ଜବତ

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ଥର୍ ଗାଡ଼ି ସହ ଦୁଇ ହାଇୱା ଜବତ

କ୍ରାଇମ୍ ବ୍ରାଞ୍ଚ ଏହି ମାମଲାରେ ଦଶପଲ୍ଲା ବ୍ଲକ କୁଜାମଣ୍ଢି ପଞ୍ଚାୟତର ବନ୍ଧଖମଣସ୍ଥିତ ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଟି. ଅଭିମନ୍ୟୁ ଦୋରାଙ୍କ ଫାର୍ମ ହାଉସରୁ ମୋଷ୍ଟ ୱାଣ୍ଟେଣ୍ତ ଥିବା ଶଙ୍କର ପୃଷ୍ଟିଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି।

ଦଶପଲ୍ଲା/ଭୁବନେଶ୍ୱର ୧୭-୧୦-୨୦୨୫(ଏସ.ଏମ. ) : ପୁଲିସ୍‌ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାକୁ ନେଇ ଏବେ ସାରାରାଜ୍ୟ ଉଠୁଛି ପଡ଼ୁଛି। ଗତକାଲି କ୍ରାଇମ୍ ବ୍ରାଞ୍ଚ ଏହି ମାମଲାରେ ଦଶପଲ୍ଲା ବ୍ଲକ କୁଜାମଣ୍ଢି ପଞ୍ଚାୟତର ବନ୍ଧଖମଣସ୍ଥିତ ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଟି. ଅଭିମନ୍ୟୁ ଦୋରାଙ୍କ ଫାର୍ମ ହାଉସରୁ ମୋଷ୍ଟ ୱାଣ୍ଟେଣ୍ତ ଥିବା ଶଙ୍କର ପୃଷ୍ଟିଙ୍କ ଘନିଷ୍ଠ ସହଯୋଗୀ ମୁନା ମହାନ୍ତିଙ୍କ ସମେତ ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ଓ ଟି. ଅଭିମନ୍ୟୁ ଦୋରାଙ୍କୁ ଗିରଫ କରିଛି।ଏହି ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୨୧ରେ ପହଞ୍ଚିଥିବା ବେଳେ ମୁନା ମହାନ୍ତିର କଳା ସାମ୍ରାଜ୍ୟର ରହସ୍ୟ ଖୋଲିବାରେ ଲାଗିଛି। ମୁନା ଦଶପଲ୍ଲାରେ ତାର ନେଟ୍ୱୱାର୍କ ଚଳାଇଥିବା ଜଣାପଡ଼ିଛି। ଯାହାକି ଦୁଇ ଦୁଇଟି ହାଇୱା ବାଲିଘାଟରେ ଲଗାଇ ଟଙ୍କା ରୋଜଗାର କରୁଥିଲା। କ୍ରାଇମ୍ ବ୍ରାଞ୍ଚର ଏହି ମାମଲା ପରେ ଦଶପଲ୍ଲାର ଏକ ପେଟ୍ରୋଲ ପମ୍ପରେ ଦୀର୍ଘଦିନ ଧରି (ଓଡ଼ି ୦୨ ସିୟୁ ୬୫୫୧) ଏବଂ (ଓଡ଼ି ୦୨ ଡ଼ିଡ଼ି ୬୫୫୧) ହାଇୱା ଦୁଇଟି ରହିଥିବା ବେଳେ ଗତକାଲି ମୁନାକୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିବା ପରେ ଦଶପଲ୍ଲା ପୁଲିସ ହାଇୱା ଦୁଇଟିକୁ ନିଜ ହେପାଜତକୁ ନେଇଛି। ଏହାରି ମଧ୍ୟରେ ଆଜି ମଧ୍ୟ ଆଉଏକ ଫାର୍ମ ହାଉସରୁ ସେ ବ୍ୟବହାର କରୁଥିବା ଦାମି ଥର୍ ଗାଡି (ଓଡ଼ି ୦୨ ଡ଼ିଜି ୨୪୮୭)କୁ ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା ଜବତ କରିଥିବା ସୂଚନା ଦେଇଛନ୍ତି।

ନୟାଗଡ଼ଜିଲ୍ଲା ଦଶପଲ୍ଲାର ପୋଇବାଡ଼ି ସ୍ଥିତ ଜିତେନ୍ଦ୍ର ପାତ୍ରଙ୍କ ଫାର୍ମ ହାଉସରେ ଏହି ଦାମି ଥର୍ ଗାଡ଼ି ରହିଥିବା ବେଳେ ଖବରପାଇ ପୁଲିସ ନିଜ ହେପାଜତକୁ ଆଣିଛି। ଆହୁରି ମଧ୍ୟ ମୁନାଙ୍କ ସମ୍ପର୍କିୟଙ୍କ ନାମରେ ରହିଥିବା କିଛି ଜେସିବି ମେସିନ୍ ଦଶପଲ୍ଲାରେ ଚାଲୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ମୁନାଙ୍କ ସହ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପର୍କ ରହିଥିବା କୁହାଯାଉଥିବା ବେଳେ ସେ ବିଭିନ୍ନ ବ୍ୟବସାୟରେ ଟଙ୍କା ଲଗାଇଥିବା କୁହାଯାଉଛି।ସୂଚନାଯୋଗ୍ୟ, ପୁଲିସକୁ ମୁନା ମହାନ୍ତିର ମା’ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କାର ‌ନେଣଦେଣ ହୋଇଥିବା ସୂଚନା ମିଳିଛି। ଅରବିନ୍ଦ ଦାଶ ମାଷ୍ଟରମାଇଣ୍ଡ ଫେରାର ଶଙ୍କର ପୃଷ୍ଟି ସହ ଆର୍ଥିକ କାରବାର ରହିଛି। ଉଭୟ ମୁନା ଏବଂ ଅରବିନ୍ଦ ଶଙ୍କର ପୃଷ୍ଟି ଲାଗି କାମ କରୁଥିଲେ। ସୌମ୍ୟା ପ୍ରିୟଦର୍ଶିନୀ ସାମଲକୁ ଢେଙ୍କାନାଲରୁ ଗିରଫ କରାଯାଇଛି। ସେ ପୂର୍ବରୁ ଆଶାୟୀମାନକ ସହ ଲିଙ୍କରେ ଥିଲା। ଏସ୍‌ଆଇ ପରୀକ୍ଷା ଅନିୟମିତତା ଖୁଲସା ହେବ ପରେ ସୌମ୍ୟା ପ୍ରିୟଦର୍ଶିନୀ ଜରିଆରେ ଅଗ୍ରୀମ ଚେକ୍, ଅରିଜିନାଲ ସାର୍ଟିଫିକେଟ୍‌ ଫେରା ଯାଇଥିଲା। ସୌମ୍ୟା ଏସ୍‌ଆଇ ମାମଲାରେ ପ୍ରମାଣ ନଷ୍ଟ କରିବାରେ ପ୍ରମୁଖ ଭୂମିକା ରହିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *