ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଙ୍କଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ଚାରାବଣ୍ଟନ
ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଙ୍କଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ଚାରାବଣ୍ଟନ
କଟକ ୧୬-୧୦-୨୦୨୫( ଏସ.ଏମ ) : କଟକ ସଦର ଅଧୂନୟୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ରାଉତଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ସଂଯୁକ୍ରା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସଂଯୋଜକ ସମାଜସେବୀ ଇଂ.ସେବକ ଶ୍ରୀକାନ୍ତଙ୍କ ପୌରୋହିତରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ କଟକ ସଦର ବିଧାୟକ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ନାଟ୍ୟକାର ଆଶୋକ ପଟ୍ଟନାୟକ, ସୀତାରାମ ପଣ୍ଡା,ସନ୍ତୋଷ ରାଉତ,ଆୟତପୁର ସରପଂଚ ରାକେଶ ବେହେରା,ଇଂ.ବସନ୍ତି କୁମାର ରାଉତ,ସ୍ବର୍ଣ୍ଣ ପ୍ରଭା ବିଶ୍ବାଳ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଚାରା ବଣ୍ଟନ ସହିତ ଗଣମାଧ୍ୟମ ପ୍ରତିନିଧ୍ବ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।