HELTHLatestNewsTechnologyTOP STORIESଘଟଣା ଦୁର୍ଘଟଣାଦେଶ- ବିଦେଶବିଶେଷ ସ୍ତମ୍ବସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ପେଟରୁ ବାହାରିଲା ୧୦କିଲୋଗ୍ରାମ ଓଜନର ଟ୍ୟୁମର ଦ୍ବିତୀୟ ଜନ୍ମ ପାଇଲେ ମହିଳା

ପେଟରୁ ବାହାରିଲା ୧୦କିଲୋଗ୍ରାମ ଓଜନର ଟ୍ୟୁମର: ଦ୍ବିତୀୟ ଜନ୍ମ ପାଇଲେ ମହିଳା

ମୁମ୍ବାଇ/ଭୁବନେଶ୍ୱର ୨୩-୦୬-୨୦୨୫(ଏସ.ଏମ. ) : ମୁମ୍ବାଇର କ୍ରାଫୋର୍ଡ ମାର୍କେଟ ଅଞ୍ଚଳରେ ବସବାସ କରୁଥିବା ଜଣେ ମହିଳାଙ୍କ ‌ପେଟରୁ ୧୦.୪କିଲୋଗ୍ରାମ ଓଜନର ଏକ ଟ୍ୟୁମର ବାହାରିଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ମୀନ ନାମକ ମହିଳା ମୁମ୍ବାଇସ୍ଥିତ ସେଣ୍ଟ ଜର୍ଜ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ତାଙ୍କ ପେଟ ଭିତ‌ରେ ଏକ ଟ୍ୟୁମର ଥିବା ଜଣାପଡିଥିଲା । ଏହି ଟ୍ୟୁମର ତାଙ୍କ ଅନ୍ତନଳୀ, ଯକୃତ, ଫୁସଫୁସ ଏବଂ ହୃଦୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ଚାପ ପକାଇବା ଆରମ୍ଭ କରି ସାରିଥିଲା। ମହିଳାଙ୍କ ଏପରି ଅବସ୍ଥା ଦେଖି ଡାକ୍ତର ମୀନଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ।ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଡାକ୍ତର ରାଜଶ୍ରୀ କଟକେ ଓ ତାଙ୍କ ଏକ ଦଳ ଚାରି ଘଣ୍ଟାର ଅପରେସନ କରି ମୀନଙ୍କ ପେଟ ଭିତରୁ ୧୦.୪ କିଲୋଗ୍ରାମ ଓଜନର ଟ୍ୟୁମରକୁ ସଫଳତାର ସହ ବାହାର କରିଥିଲେ। ବର୍ତ୍ତମାନ ମୀନଙ୍କ ଅବସ୍ଥା ସ୍ଥିର ଅଛି, ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦିଆଯାଉଛି ।ମୀନଙ୍କ ଭାଇ ରମେଶ ସୋଲାଙ୍କି ଭଉଣୀର ଏଭଳି ଅବସ୍ଥାକୁ ନେଇ କହିଛନ୍ତି, ‘ପ୍ରାୟ ଦେଢ଼ ବର୍ଷ ପୂର୍ବେ ଏକ ଛୋଟ ଦୁର୍ଘଟଣାରେ ଟେବୁଲର କୋଣ ମୀନର ପେଟରେ ବାଜି ଯାଇଥିଲା। ଏହି ଘଟଣାର କିଛିଦିନ ପରେ ମୀନର ପେଟର ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା, ପ୍ରାରମ୍ଭିକ ଚିକିତ୍ସା ପରେ ସେ ଠିକ ହୋଇଯାଇଥିଲା। ଏଇକିଛିଦିନ ହେବ ତାର କ୍ରମାଗତ ଭାବେ ବାନ୍ତି ହୋଇଥିଲା। ସେ ଖାଇବା ପିଇବା ବନ୍ଦ କରି ଦେଇଥିଲା। ଏହାପରେ ଆମେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ।ଏଠାରେ ଡାକ୍ତର ପରୀକ୍ଷା କରି ଭଉଣୀ ପେଟରେ ଟ୍ୟୁମର ବଢ଼ୁଥିବା କହି ତୁରନ୍ତ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। କାରଣ ଏହି ଟ୍ୟୁମର କୌଣସି ସମୟରେ ଫାଟି ପାରେ। ଯଦ୍ବାରା ଭଉଣୀର ମୃତ୍ୟୁ ବି ହୋଇପା‌ରେ ବୋଲି ଡାକ୍ତର କହିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *