ରାଜନୀତିରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ: ରାଜସ୍ବ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ: ରାଜସ୍ବ ମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ।
  • ଏନେଇ ସରକାର ସ୍ଥିର କରିଛନ୍ତି।
  • ବାଲି ଚେରାଚାଲାଣ ରୋକିବା ପାଇଁ ନୂଆ ଏସଓପି ଆସିବ।
  • ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ୦୭-୦୬-୨୦୨୫ ( ଏସ.ଏମ ) :  ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ। ଏନେଇ ସରକାର ସ୍ଥିର କରିଛନ୍ତି। ବାଲି ଚେରାଚାଲାଣ ରୋକିବା ପାଇଁ ନୂଆ ଏସଓପି ଆସିବ। ଏଣେ ବାଲି ଚୋରି ରୋକିବା ଲାଗି ନୂଆ ଏସଓପି ଆସିବ। ଏଥିଲାଗି କ୍ୟାବିନେଟରେ ଆଲୋଚନା ହୋଇଛି। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ଘର ଖଣ୍ଡେ ସହଜରେ ତିଆରି କରିପାରିବେ। ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ। ନଦୀ ଭିତରୁ ପଶି ବାଲି କାଢ଼ିବା ବନ୍ଦ ହେବ। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ । ଏହା ନଷ୍ଟ ହେଉଛି । ତେଣୁ  କେତେ ଓଜନର ବାଲି ଗାଡ଼ି ଯାଉଛି । ତେଣୁ ଏସବୁକୁ  ନେଇ ନୂଆ ଏସଓପି ଆସିବାକୁ ଯାଉଛି। ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜିଖୋଜି ଦଣ୍ଡ ଦିଆଯିବ ।

ଗୋଟେପଟେ ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି । କିନ୍ତୁ ଅନ୍ୟପଟେ ବିହାର , ବେଙ୍ଗଲ ଭଳି ଓଡ଼ିଶାର ମାଫିଆମାନେ ଆଇନ୍‌କୁ ହାତକୁ ନେଉଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣ କରିବାର ଯେଉଁ ଦୁଃସାହସ ସେମାନେ କରଛନ୍ତି. ଏହା ତାଙ୍କର ଶେଷ ଦୁଃସାହସ ହେଉ । ଏ ଘଟଣାରେ ମୁଁ ଅଧିକାରୀମାନଙ୍କ ସହ କଥା ହୋଇଛି । ଯେଉଁମାନେ ଏହି କାଣ୍ଡ କରିଛନ୍ତି ଏବଂ ଯେଉଁମାନେ ପ୍ରଚ୍ଛଦପଟରେ ରହିଛନ୍ତି ସମସ୍ତଙ୍କୁ ଧରାଯିବ । ତଦନ୍ତ ସେ ପର୍ଯ୍ୟନ୍ତ ହେବ ଯେଉଁ ପର୍ଯ୍ୟନ୍ତ ସେମାନେ ଧରା ନ ପଡ଼ିଛନ୍ତି । କେହି ବର୍ତ୍ତିବା କଥା ନୁହେଁ , ପାତାଳରେ ଥିଲେ ବି ବାନ୍ଧିକି ଆଣି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *