ଘଟଣା ଦୁର୍ଘଟଣାଦେଶ- ବିଦେଶ

ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ଜାହାଜ ମର୍ଣ୍ଣିଂ ମିଡାସ୍

ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ଜାହାଜ ମର୍ଣ୍ଣିଂ ମିଡାସ୍

ମର୍ଣ୍ଣିଂ ମିଡାସ୍ ନାମକ ମାଲବାହୀ ଜାହାଜରେ ଅଗ୍ନିକାଣ୍ଡ ଓ ବୁଡ଼ିବା ଘଟଣା ସାରା ବିଶ୍ୱର ଜାହାଜ ଶିଳ୍ପକୁ ଦୋହଲାଇ ଦେଇଛି। ଜାହାଜଟି ୩,୦୦୦ରୁ ଅଧିକ ନୂତନ ଗାଡ଼ି ନେଇଯାଉଥିଲା, ଯେଉଁଥିରେ ୭୦ଟି ବୈଦ୍ୟୁତିକ ଯାନ (ଇଭି) ଏବଂ ୬୮୦ ଟି ହାଇବ୍ରିଡ୍ କାର ଅନ୍ତର୍ଭୁକ୍ତ ଥିଲା

ଆଲାସ୍କା/ନୂଆଦିଲ୍ଲୀ ୨୬-୦୬-୨୦୨୫(ଏସ .ଏମ ) : ବିଶ୍ବ ଶିଳ୍ପ ବାଣିଜ୍ୟର ମେରୁଦଣ୍ଡ ସିପିଂ ଇଣ୍ଡଷ୍ଟ୍ରି ପାଇଁ ଗତ କିଛିମାସ ହେଲା ଅତି ଖରାପ ସମୟ ଚାଲିଛି । ଗୋଟିଏ ପଟେ ମଧ୍ୟପୂର୍ବରେ ଯୁଦ୍ଧ ଯୋଗୁଁ ଜାହାଜଗୁଡିକର ସୁରକ୍ଷା ଓ ଯାତାୟାତ ପ୍ରଭାବିତ ହୋଇଛି । ଅନ୍ୟପଟେ ବାରମ୍ବାର ବିଶ୍ବରେ ବିଭନ୍ନ ସମୁଦ୍ରରେ ଜାହାଜରେ ନିଆଁ ଲାଗିବା ଓ ବୁଡ଼ିବା ଘଟଣା ଘଟୁଛି। ନିକଟରେ ମର୍ଣ୍ଣିଂ ମିଡାସ୍ ନାମକ ମାଲବାହୀ ଜାହାଜରେ ଅଗ୍ନିକାଣ୍ଡ ଓ ବୁଡ଼ିବା ଘଟଣା ସାରା ବିଶ୍ୱର ଜାହାଜ ଶିଳ୍ପକୁ ଦୋହଲାଇ ଦେଇଛି। ଜାହାଜଟି ୩,୦୦୦ରୁ ଅଧିକ ନୂତନ ଗାଡ଼ି ନେଇଯାଉଥିଲା, ଯେଉଁଥିରେ ୭୦ଟି ବୈଦ୍ୟୁତିକ ଯାନ (ଇଭି) ଏବଂ ୬୮୦ ଟି ହାଇବ୍ରିଡ୍ କାର ଅନ୍ତର୍ଭୁକ୍ତ ଥିଲା। ଜାହାଜଟି ଚୀନ୍ ରୁ ମେକ୍ସିକୋ ଯାଉଥିଲା, କିନ୍ତୁ ବାଟରେ ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା। ଏହି ଘଟଣା ଆଲାସ୍କାର ଆଲୁଟିଆନ୍ ଦ୍ୱୀପପୁଞ୍ଜ ନିକଟରେ ଘଟିଥିଲା, ଯେଉଁଠାରେ କିଛି ଦିନ ପୂର୍ବରୁ ଜାହାଜଟି ହଠାତ୍ ନିଆଁ ଲାଗିଯାଇଥିଲା।ସୂଚନା ଅନୁସାରେ ୩ ଜୁନରେ, ଯେତେବେଳେ ଜାହାଜଟି ଆଡାକ୍ ଦ୍ୱୀପରୁ ପ୍ରାୟ ୪୯୦ କିଲୋମିଟର ଦୂରରେ ଥିଲା, ସେତେବେଳେ ଆମେରିକା ତଟରକ୍ଷୀ ବାହିନୀ ମର୍ଣ୍ଣିଂ ମିଡାସ୍ ନାମକ ମାଲବାହୀ ଜାହାଜରେ ନିଆଁ ଲାଗିବା ବିଷୟରେ ସୂଚନା ପାଇଥିଲା। ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ ଏବଂ ଜାହାଜଟି ସମ୍ପୂର୍ଣ୍ଣ ନିଷ୍କ୍ରିୟ (ଡେଡ୍ ଇନ୍ ଦି ୱାଟର) ହୋଇଗଲା। ଅଗ୍ନିକାଣ୍ଡର କିଛି ଦିନ ପରେ, ଖରାପ ପାଗ ପରିସ୍ଥିତି ଏବଂ ଜାହାଜ ଭିତରେ ପାଣି ଜମି ରହିବା ଯୋଗୁଁ, ବିଶାଳ ମାଲବାହୀ ଜାହାଜଟି ପ୍ରାୟ ୫,୦୦୦ ମିଟର ପାଣିରେ ବୁଡ଼ିଗଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *