ଘଟଣା ଦୁର୍ଘଟଣାରାଜନୀତିରାଜ୍ୟଶିକ୍ଷା

ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରୁଛି ୟୁଜିସିର ୪ ଜଣିଆ ଟିମ୍

ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରୁଛି ୟୁଜିସିର ୪ ଜଣିଆ ଟିମ୍

  • ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଲେଜରେ ପହଞ୍ଚିଛି ୟୁଜିସିର ୪ ଜଣିଆ ଟିମ୍।
  • ଏହି ଟିମ୍‌ର ସଦସ୍ୟମାନେ ଫକୀରମୋହନ କଲେଜର ନୂଆ ଅଧ୍ୟକ୍ଷ ଓ ଆଇସିସିଙ୍କୁ ଜେରା କରୁଥିବା ଜଣାଯାଇଛି।

ବାଲେଶ୍ବର , ୧୮-୦୭-୨୦୨୫(ଏସ.ଏମ .) : ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଲେଜରେ ପହଞ୍ଚିଛି ୟୁଜିସିର ୪ ଜଣିଆ ଟିମ୍। ଏହି ଟିମ୍‌ର ସଦସ୍ୟମାନେ ଫକୀରମୋହନ କଲେଜର ନୂଆ ଅଧ୍ୟକ୍ଷ ଓ ଆଇସିସିଙ୍କୁ ଜେରା କରୁଥିବା ଜଣାଯାଇଛି।ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଆସୁଛି। ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ।ଏଣେ ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଆସୁଛି। ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ। ଜୁଲାଇ ୧୩ ତାରିଖରେ ଉଚ୍ଚସ୍ତରୀୟ କମିଟି ପ୍ରାଥମିକ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ । ତେବେ ଅନ୍ତରୀଣ ରିପୋର୍ଟକୁ ନେଇ ମୃତ ଛାତ୍ରୀଙ୍କ ବାପା ପ୍ରଶ୍ନ ଉଠାଇଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *