LatestTOP STORIESWordPressଦେଶ- ବିଦେଶ

ଫ୍ରାନ୍‌ସରୁ ୨୬ଟି ରାଫେଲ୍ ଯୁଦ୍ଧ ବିମାନ ଆଣୁଛି ଭାରତ

ଫ୍ରାନ୍‌ସରୁ ୨୬ଟି ରାଫେଲ୍ ଯୁଦ୍ଧ ବିମାନ ଆଣୁଛି ଭାରତ

ନୂଆଦିଲ୍ଳୀ/ଭୁବନେଶ୍ୱର ୧୧-୦୪-୨୦୨୫(ଏସ.ଏମ ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି (ସିସିଏସ୍‌) ବୁଧବାର ଭାରତୀୟ ନୌସେନା ପାଇଁ ଫ୍ରାନ୍‌ସରୁ ୨୬ଟି ରାଫେଲ-ଏମ୍‌ ଯୁଦ୍ଧ ବିମାନ କ୍ରୟ ପାଇଁ ପ୍ରାୟ ୬୩ ହଜାର କୋଟି ଟଙ୍କାର ଏକ ଚୁକ୍ତିକୁ ଅନୁମୋଦନ କରିଛି‌ ବୋଲି ସରକାରୀ ସୂତ୍ର ନିଶ୍ଚିତ କରିଛି। ସମୁଦ୍ର ପଥରେ ଭାରତ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଏହି ଯୁଦ୍ଧ ବିମାନ ଆଣୁଛି।୩ ହଜାର କୋଟିର ଏହି ଡିଲରେ ଭାରତ, ଫ୍ରାନ୍ସଠାରୁ ୨୨ଟି ସିଙ୍ଗଲ୍ ସିଟର ରାଫେଲ୍ ଯୁଦ୍ଧ ବିମାନ ଆଉ ୪ଟି ଡବଲ୍ ସିଟର ଫାଇଟର ଯୁଦ୍ଧ ବିମାନ ଆଣିବାକୁ ଯାଉଛି। ଭାରତ ଏହି ରାଫେଲ୍ ବିମାନ କିଣିବା ଦ୍ୱାରା ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଫେରିଆସିବ ବୋଲି କୁହାଯାଉଛି।  ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ। ଭାରତୀୟ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରାନ୍ତ ଏବଂ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ରାଫେଲ ଯୁଦ୍ଧ ବିମାନକୁ ନିୟୋଜିତ କରାଯିବ, ଯାହାକି କମ୍ ସମୟ ଭିତରେ ଉଡ଼ାଣ ଭରିବାକୁ ସକ୍ଷମ ଅଟେ।୩ ହଜାର କୋଟିର ଏହି ଡିଲରେ ଭାରତ, ଫ୍ରାନ୍ସଠାରୁ ୨୨ଟି ସିଙ୍ଗଲ୍ ସିଟର ରାଫେଲ୍ ଯୁଦ୍ଧ ବିମାନ ଆଉ ୪ଟି ଡବଲ୍ ସିଟର ଫାଇଟର ଯୁଦ୍ଧ ବିମାନ ଆଣିବାକୁ ସ୍ଥିର କରିଛି। ଭାରତ ଏହି ରାଫେଲ୍ ବିମାନ କିଣିବା ଦ୍ୱାରା ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଫେରିଆସିବ ବୋଲି କୁହାଯାଉଛି। ରାଫେଲ-ଏମ୍ ହେଉଛି ଏକ ମଲ୍ଟିରୋଲ ଫାଇଟର ଜେଟ୍। ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦକ୍ଷିଣ ଏସୀୟ ଦେଶରେ ଏୟାରକ୍ରାଫ୍ଟ କ୍ୟାରିଅର ନାହିଁ। ତେଣୁ ଭାରତ ଏହି ରାଫେଲ୍ ବିମାନକୁ ଆଣିଲେ, ଏହାଦ୍ୱାରା ଚୀନ୍ ଏବଂ ପାକିସ୍ତାନ ସମେତ ଭାରତ-ପ୍ରଶାନ୍ତ ମହାସାଗରର ପରିସ୍ଥିତିର ମୁକାବିଲା କରିବା ସହଜ ହୋଇପାରିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *