LatestNewsPoliticsTOP STORIESଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ବଜ୍ରପାତରେ ଭାଙ୍ଗିଲା ମହିମାଗାଦି ମନ୍ଦିର ଦଧିନଉତି

ବଜ୍ରପାତରେ ଭାଙ୍ଗିଲା ମହିମାଗାଦି ମନ୍ଦିର ଦଧିନଉତି

ରବିବାର ବିଳମ୍ବିତ ରାତିରେ ବଜ୍ରପାତ ଯୋଗୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ଗାଦିମନ୍ଦିରର ପୂର୍ବପାର୍ଶ୍ବ ମୁଖଶାଳାର ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ବଜ୍ରପାତ ଯୋଗୁ ଗାଦିମନ୍ଦିର ପୂର୍ବପାର୍ଶ୍ୱ….

ଯୋରନ୍ଦା/ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  ରବିବାର ବିଳମ୍ବିତ ରାତିରେ ବଜ୍ରପାତ ଯୋଗୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ଗାଦିମନ୍ଦିରର ପୂର୍ବପାର୍ଶ୍ବ ମୁଖଶାଳାର ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ବଜ୍ରପାତ ଯୋଗୁ ଗାଦିମନ୍ଦିର ପୂର୍ବପାର୍ଶ୍ୱ ମୁଖଶାଳାର ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଆଜି ସକାଳୁ ଦେଖିବାକୁ ମିଳିଥିଲା। ବକଳଧାରୀ ମହିମା ସମାଜର ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ଓ ବରିଷ୍ଠ ସନ୍ନ୍ୟାସୀ ଦୀନବନ୍ଧୁ ଦାସ କହିଛନ୍ତି, ୧୫ ବର୍ଷ ହେଲା ଗାଦି ମନ୍ଦିରର ଆର୍ଥିଂ ହୋଇଥିଲା। ଏବେ ଇଞ୍ଜିନିୟରଙ୍କୁ ଡକାଇ ମରାମତି କରାଯିବ। ତଥ୍ୟ ଅନୁସାରେ, ଗାଦି ମନ୍ଦିର ଦ୍ୱିତୀୟ ବେଢ଼ା ଚତୁଃପାର୍ଶ୍ୱରେ ୪ଟି ମୁଖଶାଳା ଓ ଚତୁଃପାର୍ଶ୍ୱରେ ଉଚ୍ଚ ପଥର ପ୍ରାଚୀର କାର୍ଯ୍ୟ ୧୯୨୨ରୁ ୧୯୨୬ ମସିହା ମଧ୍ୟରେ ହୋଇଥିଲା।ବହୁବର୍ଷ ହେଲା ନିର୍ମାଣ ହୋଇଥିଲେ ମଧ୍ୟ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିର ବଜ୍ରପାତକୁ ମିଶାଇ ଗାଦି ମନ୍ଦିର ପରିସରରେ ତିନି ଥର ବଜ୍ରପାତ ହୋଇଛି। ୨୦୧୫ ମସିହାରେ ବଜ୍ରପାତରେ ଗାଦି ମନ୍ଦିରର ସପ୍ତଫେଣୀ କ୍ଷତିଗ୍ରସ୍ତ ହୋଇଥିଲା। ବକଳଧାରୀ ମହିମା ସମାଜ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମୁଖ୍ୟ ମନ୍ଦିରର ଆର୍ଥିଂ କରାଯାଇଥିଲା। ଏହାର ଦୁଇ ବର୍ଷ ପରେ ଗାଦି ମନ୍ଦିରର ପଶ୍ଚିମ ମୁଖ୍ୟଦ୍ୱାର ମୁଖଶାଳାର ଦଧିନଉତି ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ସରକାରଙ୍କ ପକ୍ଷରୁ ଆର୍ଥିଂ ବ୍ୟବସ୍ଥା କରିବା ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *