ଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

‌ବଢ଼ୁଛି କୋଟିଆ କଳି

‌ବଢ଼ୁଛି କୋଟିଆ କଳି

 ସର୍ବଦଳୀୟ କମିଟି ଗଠନ ଦାବି କଲେ କାଡ଼ାମ

ଦିନକୁ ‌ଦିନ ଜଟିଳ ହେବାରେ ଲାଗିଛି କୋଟିଆ ସ୍ଥିତି। ସୀମାନ୍ତରେ ଥିବା ଏହି ପଞ୍ଚାୟତକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେବା ପାଇଁ ସମସ୍ତ କୌଶଳ ପ୍ରୟୋଗ କରି ସାରିଲାଣି। ହେଲେ ଓଡ଼ିଶା ସରକାର କେବଳ ଅନୁପ୍ରବେଶ ସମୟରେ ତତ୍ପରତା ପ୍ରକାଶ କରି ପରିବର୍ତ୍ତୀ ସମୟରେ ଚୁପ୍‌

ଜୟପୁର/ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) :  ଦିନକୁ ‌ଦିନ ଜଟିଳ ହେବାରେ ଲାଗିଛି କୋଟିଆ ସ୍ଥିତି। ସୀମାନ୍ତରେ ଥିବା ଏହି ପଞ୍ଚାୟତକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେବା ପାଇଁ ସମସ୍ତ କୌଶଳ ପ୍ରୟୋଗ କରି ସାରିଲାଣି। ହେଲେ ଓଡ଼ିଶା ସରକାର କେବଳ ଅନୁପ୍ରବେଶ ସମୟରେ ତତ୍ପରତା ପ୍ରକାଶ କରି ପରିବର୍ତ୍ତୀ ସମୟରେ ଚୁପ୍‌ ରହୁଥିବାରୁ ହାତରୁ ଖସିବାରେ ଲାଗିଛି କୋଟିଆ। କୋଟିଆ ସମସ୍ୟାର ସମାଧାନ ଲାଗି ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନୂତନ ସରକାର ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ବର୍ଷେ ବିତି ଯାଇଥିଲେ ମଧ୍ୟ କମିଟି ଗଠନ ହୋଇପାରିନି।

ଗତ ସପ୍ତାହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଗସ୍ତରେ ଆସିଥିଲେ ମଧ୍ୟ କୋଟିଆ ଗଲେନି କିମ୍ବା ସ୍ଥିତିର ସମୀକ୍ଷା କଲେନି। ଯାହାକୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମନ୍ତ୍ରୀ ଭିଜିନ୍‌ ୨୦୩୬କୁ ନେଇ ବୈଠକରେ ଆଲୋଚନା କଲେ। ହେଲେ କୋଟିଆ ସମସ୍ୟାକୁ ନେଇ ମୁହଁ ଖୋଲିଲେ ନାହିଁ। କୋଟିଆ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କାଡ଼ାମ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କାହିଁକି କୋଟିଆ ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସର୍ବଦଳୀୟ କମିଟି ଗଠନ ଦାବି କଲେ କାଡ଼ାମ
ଦଣ୍ଡକାରଣ୍ୟ ରାଜ୍ୟ ପାଇଁ ପାଙ୍ଗୀଙ୍କ ଚେତାବନୀ

ସୀମା ବିବାଦ ଦୂର ପାଇଁ ତୁରନ୍ତ ସର୍ବଦଳୀୟ କମିଟି ଗଠନ କରିବାକୁ କାଡାମ୍ ଦାବି କରିଛନ୍ତି। ସେପଟେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କୋଟିଆ ସୀମା ବିବାଦକୁ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି। କିନ୍ତୁ କେବେ ଏହାର ସମାଧାନ ହେବ ସମୟ ସୀମା କହିହେବନି। ପୂର୍ବ ସରକାର କୋର୍ଟରେ ଠିକ ତଥ୍ୟ ନ ରଖିବା କାରଣରୁ ସମସ୍ୟାର ସମାଧାନ‌ ହୋଇପାରିନି ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ କୋଟିଆ ସମସ୍ୟାକୁ ନେଇ ଭିନ୍ନ ଢଙ୍ଗରେ ମତ ରଖିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ପାଙ୍ଗୀ।

ପାଙ୍ଗୀ କହିଛନ୍ତି, କୋଟିଆରେ ମୋର ଜନ୍ମ, ସେଠାରେ ମୋ ଘର। ୭୦ ପ୍ରତିଶତ ଲୋକ ମୋ ଜାତିର। କୋଟିଆର ଇତିହାସ ମୋ ପାଖରେ ରହିଛି। ୪ ଦଶନ୍ଧି ଧରି ସୀମା ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେହି ବି ଚିନ୍ତିତ ନୁହଁନ୍ତି। ଦଳୀୟ ରାଜନୀତି ଭିତରେ କୋଟିଆର ସମାଧାନ ହୋଇ ପାରିବନି। କୋଟିଆ ପାଇଁ ଆବଶ୍ୟକ ପଡ଼ିଲେ କଂଗ୍ରେସ ଛାଡ଼ିଦେବି। ଆନ୍ଧ୍ରର ଦୁଇ ଜିଲ୍ଲା ଏବଂ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏଭଳି ୬ ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଇଁ ଅଣ୍ଟା ଭିଡ଼ି ନେତୃତ୍ୱ ନିଜେ ନେବେ ବୋଲି ପାଙ୍ଗୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *