TOP STORIESଦେଶ- ବିଦେଶ

ବଢିପାରେ ପ୍ରତିରକ୍ଷା ବଜେଟ୍ !

ବଢିପାରେ ପ୍ରତିରକ୍ଷା ବଜେଟ୍ !

ଆହୁରି ବଳଶାଳୀ ହେବ ସେନା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୬.୦୫.୨୦୨୫(ଏସ .ଏମ ) : ହୁରି ବଳଶାଳୀ ହେବ ସେନା । ବିଶ୍ବରେ ବାହିବଳୀ ହେବା ଭାରତୀୟ ସେନା । ପ୍ରତିରକ୍ଷା କ୍ଷେତ୍ରରେ ନିଜ ଶକ୍ତିକୁ ଆହୁରି ବଢାଇବ ଭାରତ । ଅପରେସନ ସିନ୍ଦୂରର ସଫଳତା ପରେ ସେନାକୁ ଶକ୍ତିଶାଳୀ କରିବାକୁ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ବଢାଇ ପାରନ୍ତି । ପ୍ରତିରକ୍ଷା ପାଇଁ ଏଥର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ବଜେଟ ଭାରତ ସରକାର ଆଣିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ନୂତନ ଧରଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ସହ ଗୋଳାବାରୁଦ କିଣିବାରେ ଭାରତ ଏହି ଟଙ୍କା ଖର୍ଚ୍ଚ କରିବ । ତା ସହ ପ୍ରତିରକ୍ଷା କ୍ଷେତ୍ରରେ ବିକାଶମୂଳକ କାମ ଏବଂ ସଶସ୍ତ୍ରବଳର ଆବଶ୍ୟକତା ଅନୁଯାୟୀ ଯାହା ଯାହା ଦରକାର ସେ କ୍ଷେତ୍ରରେ ଏହି ଅତିରିକ୍ତ ୫୦ ହଜାର କୋଟି ଟଙ୍କା ବ୍ୟବହାର କରାଯିବ । ତେବେ ପ୍ରତିରକ୍ଷା ବଜେଟ୍ ଆସନ୍ତା ଶୀତ ଅଧିବେଶନରେ ସଂସଦରେ ଆଗତ ହେବା ଏନେଇ ସୂଚନା ମିଳିଛି । ସେପଟେ ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ପାକିସ୍ତାନକୁ ଚୀନ ଏବଂ ତୁର୍କୀର ସମର୍ଥନ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ର ଉପରେ ଗୁରୁତ୍ବ ଦେବା ସହ ପ୍ରତିରକ୍ଷା ବଜେଟକୁ ବଢାଇବା ନେଇ ଯୋଜନା କରୁଛି । ଅପରେସନ ସିନ୍ଦୂର ପରେ ପାକିସ୍ତାନର ଡ୍ରୋନକୁ ଯେମିତି ଭାରତର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଦେଲା ସେହି ପରି ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ କିଣିବା ଉପରେ ଗୁରୁତ୍ବ ଦିଆଯିବ । ସେଥିପାଇଁ କେନ୍ଦ୍ର ସରକାର ଭଣ୍ଡାର ଖୋଲିଦେବେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *