ବନ୍ଧୁକ ଦେଖାଇ ଲୁଟି ନେଲେ ୨ ଲକ୍ଷ ୭୦ ହଜାର
ବନ୍ଧୁକ ଦେଖାଇ ଲୁଟି ନେଲେ ୨ ଲକ୍ଷ ୭୦ ହଜାର
ସୁନ୍ଦରଗଡ଼/ଭୁବନେଶ୍ୱର ୧୭-୦୪-୨୦୨୫(ଏସ.ଏମ ) : (ସମରେନ୍ଦ୍ର ରାଉତ ) ସୁନ୍ଦରଗଡ଼ ତଳସରା ଥାନା ବାଘିଆବେର୍ଣ୍ଣା ଜଙ୍ଗଲ ରାସ୍ତାରେ ଛେଳି ବେପାରିଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି ।ରାଉରକେଲା ଅଞ୍ଚଳରୁ ଏକ କାର୍ରେ ଛେଳି ବେପାରି ଆସୁଥିଲେ । ତଳସରା ଥାନା ବାନଡେଗା ଛେଳି ହାଟରୁ ଛେଳି କିଣିବା ପାଇଁ ସେମାନେ ଆସିଥିଲେ । ତେବେ ସେମାନଙ୍କ ଗାଡ଼ି ଅଟକାଇ ଲୁଟ୍ ହୋଇଛି।ଛେଳି ବେପାରୀ ଏମ ଡି ମନୁ, ଏମଦି ଇସମାଇଲ , ଏମ ଡି ସାଜିଦ, ରଶିଦ କୁରେଶୀ, ଯାହିଦ୍ କୂରେଶୀ ନାମକ ପାଞ୍ଚ ଜଣ ବେପାରୀ ଏମ କାର ରେ ଆସୁଥିବା ବେଳେ ବାଘିଆବେର୍ଣ୍ଣା ଜଙ୍ଗଲ ରାସ୍ତା ନିକଟରେ କାର ତି ଟିକେ ଧିରେ ହେବାରୁ ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ବନ୍ଧୁକ ଦେଖାଇବା ସହ ମାରପିଟ କରି ଟଙ୍କା ଲୁଟିନେଇ ଜଙ୍ଗଲ ବାଟରେ ଫେରାର ହୋଇଯାଇଥିଲେ । ଏନେଇ ବେପାରୀ ମାନେ ତଳସରା ଥାନା ରେ ଅଭିଯୋଗ ପରେ ତଳସରା ପୁଲିସ ତନାଘନା ଆରମ୍ଭ କରିଛି।