ଦେଶ- ବିଦେଶବାଣିଜ୍ୟରାଜ୍ୟ

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌: କ୍ଲୋକ୍‌ରୁମ୍‌ ନାହିଁ, ଦିନକୁ ୧୭ ଚୋରି, ନିର୍ମାଣହେବ ଶୟନାଗାର

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌: କ୍ଲୋକ୍‌ରୁମ୍‌ ନାହିଁ, ଦିନକୁ ୧୭ ଚୋରି, ନିର୍ମାଣହେବ ଶୟନାଗାର

ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌(ବିଏସ୍‌ଏବିଟି) ଉଦ୍‌ଘାଟନ ହେବା ଦିନରୁ ସମସ୍ୟା ଘେରରୁ ମୁକୁଳି ପାରୁନି। କେବେ‌ ଦୋକାନ ବିବାଦ ତ କେବେ ଷ୍ଟାଣ୍ଡ୍‌କୁ ବସ୍‌ ଆସିବା ନେଇ ସମସ୍ୟା ଲାଗିରହିଛି।

ଭୁବନେଶ୍ୱର ୧୮-୦୪-୨୦୨୫(ଏସ.ଏମ ) :  ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌(ବିଏସ୍‌ଏବିଟି) ଉଦ୍‌ଘାଟନ ହେବା ଦିନରୁ ସମସ୍ୟା ଘେରରୁ ମୁକୁଳି ପାରୁନି। କେବେ‌ ଦୋକାନ ବିବାଦ ତ କେବେ ଷ୍ଟାଣ୍ଡ୍‌କୁ ବସ୍‌ ଆସିବା ନେଇ ସମସ୍ୟା ଲାଗିରହିଛି। ‌ଦିନକୁ ଦିନ ସୁରକ୍ଷା ବ୍ୟବସ୍ଥା ହୁଗୁଳି ଯାଉଥିବା ବେଳେ ମୌଳିକ ଆବଶ୍ୟକତା ବି ପୂରଣ ହେଉନି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଦୈନିକ ୩ ହଜାର ବସ୍‌ରେ ୨୦ ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରନ୍ତି। ଯୋଜନ‌‌ା ଅନୁସା‌ରେ ୪୦୦ ରୢାକ୍‌  ବିଶିଷ୍ଟ କ୍ଲୋକ୍‌ରୁମ୍‌ରେ ଯାତ୍ରୀ କମ୍‌ ଭଡ଼ାରେ ନିଜନିଜର ସାମଗ୍ରୀ ସୁରକ୍ଷିତ ରଖିଥା‌ନ୍ତେ। ହେଲେ ଏହା ହୋଇପାରିନାହିଁ।  ଯାତ୍ରୀ ବିଶ୍ରାମ ନେଉଥିବା ବେଳେ ସେମାନଙ୍କ ପର୍ସ ମୋବାଇଲ ‌ଚୋରି ହେଉଛି। ‌କେବଳ ଗତ ମାସକରେ ୩୦୦ଶହରୁ ଅଧିକ ଯାତ୍ରୀଙ୍କ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରି ହୋଇଛି। ମିଳିଥିବା ସୂଚନା‌ ଅନୁସ‌ାରେ ଦିନକୁ ବସ୍‌ଷ୍ଟ‌ାଣ୍ଡରୁ ୧୦ରୁ ୧୭ ଜଣଙ୍କର ଚୋରି ହେଉଛି। ସବୁଠାରୁ ବଡ଼ କଥା ହେଉଛି,‌ ଷ୍ଟାଣ୍ଡ୍‌ ଭିତ‌ରେ ଥିବା ଫାଣ୍ଡିରେ ଅଧିକାଂଶ ସମୟରେ ଅଧିକାରୀ ରହୁ ନଥିବାରୁ ବଡ଼ ଧରଣର ଅଘଟଣ ଘଟିଲେ ଯାତ୍ରୀଙ୍କୁ ୭ କିଲୋମିଟର ଦୂର ଭରତପୁର ଥାନାକୁ ଯିବାକୁ କୁହାଯାଉଛି। ରାତିଅଧରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇ ଥାନା ଖୋଜି ‌ଖୋଜି ନୟାନ୍ତ ହେଉଛନ୍ତି। 

ଷ୍ଟାଣ୍ଡ୍‌ ଉଦ୍‌ଘାଟନ ବେଳେ ଏଠାରେ ପ୍ରିପେଡ୍‌ ଅଟୋ ବ୍ୟବସ୍ଥା କରାଯାଇଥିବା ‌ଘୋଷଣା ହୋଇଥିଲା। ଏଥିରେ ଯାତ୍ରୀ ସ୍ବତନ୍ତ୍ର କାଉଣ୍ଟର୍‌ରୁ ଅଗ୍ରୀମ ବୁକିଂ କରି ଧାର୍ଯ୍ୟ ସ୍ଥଳକୁ ଯାଇପାରିବେ। ଆପ୍‌ ମାଧ୍ୟରେ ଯାତ୍ରୀ ଅଟୋଚାଳକଙ୍କ ପରିଚୟ ସହିତ ଗନ୍ତବ୍ୟସ୍ଥଳକୁ ଟ୍ରାକ୍‌ କରିବାର ବ୍ୟବସ୍ଥା ଥିଲା। ବର୍ଷେ ଏହି ବ୍ୟବସ୍ଥା ବନ୍ଦ ରହିବା ପରେ ଏବେ ଲୋକଙ୍କ ପାଇଁ ଉପଲବ୍ଧ ହୋଇଛି। ହେ‌ଲେ କୌଣସି ସୁବିଧା ନାହିଁ। ଷ୍ଟାଣ୍ଡ୍‌ରେ ଥିବାଅଟୋ ନିଜ ହିସାବରେ ଯାତ୍ରୀଙ୍କଠାରୁ ଦର ନେଉଛନ୍ତି। କେବଳ ଲୋକ ଦେଖାଣିଆଭାବେ କେତେବେଳେ କେମିତି ପ୍ରି- ପେଡ୍‌ ଅଟୋ ପାଇଁ ଉଦ୍ଦିଷ୍ଟ ଟିକେଟ୍‌ ଘରେ ଲୋକେ ଟିକେଟ କାଟୁଛନ୍ତି। ଯେଉଁଥିରେ ତାଙ୍କୁ ଗୋଟିଏ ରସିଦ ପ୍ରଦାନ କରାଯାଉଛି।

ଅପବା‌ଦ ଭୟରେ କାମ ଆଗେଇ ପାରୁନି
ଷ୍ଟାଣ୍ଡର ଖର୍ଚ୍ଚ ଭରଣା ପାଇଁ ବିଡିଏ ବାରମ୍ବାର ଯୋଜନା କରି ମଧ୍ୟ ବିଫଳ ହେଉଛି। ଫାଙ୍କାଥିବା ଘରକୁ ଭଡ଼ା‌‌ନେବା ପାଇଁ ଗତ ୬ ମାସ ‌ହେଲା କେବଳ ଜଣେ ଠିକାସଂସ୍ଥା  ଆବେଦନ କରିବାରୁ ଏହାକୁ ବାତିଲ୍‌ କରିଦିଆଯାଇଥିଲା। ଶେଷରେ ଆଇନ ଅନୁଯାୟୀ ବିଡିଏ ଅଧ୍ୟକ୍ଷ ତଥା ବିଭାଗୀୟ ମନ୍ତ୍ରୀଙ୍କ ଅନୁମତି କ୍ରମେ ସମ୍ପୃକ୍ତ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା। ଏ ନେଇ ରାଜିନାମା ସ୍ବାକ୍ଷର ହେବା ପ‌ରେ କା‌ମ ଆରମ୍ଭ ହେବାକଥା। କୋର୍‌ ଘରକୁ ଭାଙ୍ଗି ସଂସ୍ଥା ମଲ୍‌ ଓ ଫୁଡ୍‌କୋର୍ଟ କରିବାକୁ ଚାହୁଛି। ‌ହେଲେ କୋଠାଭା‌ଙ୍ଗି ହଜାର ହଜାର ଟଙ୍କାର ସମ୍ପତ୍ତି ଭାଙ୍ଗିଲେ କାଳେ ନୂଆ ସରକାରଙ୍କୁ ଉପରେ ପ୍ରଶ୍ନ ଆସିବ ତେଣୁ ସଂସ୍ଥାକୁ ବାରମ୍ବାର ନିଜ ଯୋଜନା ବଦଳାଇବାକୁ କୁହାଯାଉଛି। ଠିକାସଂସ୍ଥା ୨ ଥର ନିଜର ପ୍ରସ୍ତାବ ରଖିଥିଲେ ମଧ୍ୟ ଏହାକୁ ଖାରଜ କରିଦିଆଯାଇଛି। ଏଯାଏଁ  ମଲ୍‌ ଓ ଫୁଡ୍‌କୋର୍ଟର ନକ୍ସା ପ୍ରସ୍ତୁତ ହୋଇ ନଥିବାରୁ ଏନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ବସ୍‌ଷ୍ଟାଣ୍ଡ୍‌ ମ୍ୟାନେଜର୍‌ ଇତିକାନ୍ତ ମହାପାତ୍ରଙ୍କ କହିବା କଥା, ଶୟନାଗାର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ୨ ମାସ ଭିତରେ ୪୦ ରୁ ୬୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯିବ। ‌ସେହିପରି  କ୍ଲୋକ୍‌ରୁମ୍‌ ପାଇଁ ସମସ୍ତ ବ୍ୟବସ୍ଥା ଖୁବ୍‌ ଶିଘ୍ର କରାଯିବ। ‌ରେଳ ‌ଷ୍ଟେସନ ଭଳି ଏଠାରେ ମଧ୍ୟ ଯାତ୍ରୀ ନିଜ ଜିନିଷ ରଖି ପାରିବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *