ଦେଶ- ବିଦେଶମନୋରଞ୍ଜନ

ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା

ହାଇଦ୍ରାବାଦ/ଭୁବନେଶ୍ୱର୧୪-୦୭-୨୦୨୫( ଏସ .ଏମ ) : ରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀନିବାସ ରାଓ ବିଜେପିରେ ଯୋଗ ଦେଇଥିଲେ ଏବଂ ୧୯୯୯ରେ ତତ୍କାଳୀନ ଅଖଣ୍ଡ ଆନ୍ଧ୍ରପ୍ରଦେଶରେ ବିଜୟୱାଡା ପୂର୍ବ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । କୋଟା ନାମରେ ଜଣାଶୁଣା ଶ୍ରୀନିବାସ ରାଓ ଜଣେ ଥିଏଟର କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ସେ ୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରର ଉପାନ୍ତ କାଙ୍କିପାଡୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରାଓ ୧୯୭୮ ମସିହାରେ ‘ପ୍ରଣାମ ଖରେଦୁ’ ଚଳଚ୍ଚିତ୍ରରେ ଅଭିନୟରୁ ତାଙ୍କ ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ । ତେବେ ଫିଲ୍ମ ‘ପ୍ରତିଘାତନା’ ରେ କସାଇୟା ଚରିତ୍ରରେ ତାଙ୍କୁ ବଡ଼ ବ୍ରେକ୍ ମିଳିଥିଲା। କୋଟା ଶ୍ରୀନିବାସ ରାଓ ଏବଂ ଅନ୍ୟ ଜଣେ ପୂର୍ବତନ ବିଧାୟକ ବାବୁ ମୋହନ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଏକ ହିଟ୍ କମେଡି ଯୋଡ଼ି ଭାବେ ସାବ୍ୟସ୍ତ ହୋଇଥିଲେ। କୋଟା ଶ୍ରୀନିବାସ ରାଓଙ୍କ କ୍ୟାରିୟରରେ ଚର୍ଚ୍ଚିତ ଫିଲ୍ମ ‘ଆହା ନା ପେଲାଣ୍ଟା!’, ‘କଏଦୀ ନଂ ୭୮୬’, ‘ଶିବ’ଏବଂ ‘ଯମଲୀଳା’ ବେଶ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତ ଗଭୀର ଶୋକ ପ୍ରକାଶ କରିଛି। ତାଙ୍କର ସମସ୍ତ ସାଥୀ କଳାକାର ଏବଂ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ଅଭିନେତାଙ୍କୁ ଲୁହଭରା ଆଖିରେ ସ୍ମରଣ କରୁଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *