ଖେଳଦେଶ- ବିଦେଶ

ବର୍ମିହାମ ଟେଷ୍ଟ : ଶୁବମନଙ୍କ ଦ୍ବିଶତକ

ବର୍ମିହାମ ଟେଷ୍ଟ : ଶୁବମନଙ୍କ ଦ୍ବିଶତକ

ଭାରତ ପ୍ରଥମ ଇନିଂସରେ ୫୮୭ ରନରେ ଅଲଆଉଟ

ବର୍ମିଂହାମ/ନୂଆଦିଲ୍ଲୀ ୦୪-୦୭-୨୦୨୫(ଏସ .ଏମ ) : ର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟର ୨ୟ ଦିନରେ ଭାରତ ୫୮୭ ରନରେ ଅଲଆଉଟ ହୋଇଯାଇଛି । ଭାରତର ପ୍ରଥମ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁବମନ ଗିଲଙ୍କ ଦ୍ବିଶତକ । ସେ ୨୬୯ କରିଥିଲେ । ଶୁଭମନ ଗିଲ୍ ଗତ କାଲି ଅର୍ଥାତ ମ୍ୟାଚର ପ୍ରଥମ ଦିନରେ ନିଜର ଶତକ ପୂରଣ କରିଥିଲେ । ତେବେ ଆଜି ସେ ନିଜର ଇନିଂସକୁ ଆହୁରି ଆଗକୁ ନେଇ ଦ୍ବିଶତକ ପୂରଣ କରିଥିଲେ ଓ ଭାରତୀୟ ସ୍କୋରକୁ ଏକ ସୁଦୃଢ ସ୍ଥିତିକୁ ନେଇଯାଇଥିଲେ ।

ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ବି ରାହୁଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । କରୁନ ନାୟାର ୩୧ ରନ କରିଥିଲେ । ତେବେ ଜୟସ୍ବାଲ ଲଢୁଆ ବ୍ୟାଟିଂ କରି ୮୭ ରନ କରିଥିଲେ । ମାତ୍ର ଋଷଭ ପନ୍ତ ୨୫ ରନ ଓ ନୀତୀଶ ରେଡ୍ଡି ୧ ରନ କରି ଆଉଟ ହୋଇଥିଲେ । ତେବେ ଗିଲ୍ ଓ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜାଦେଜା ୮୯ ରନ ଓ ଓ୍ବାସିଂଟନ ସୁନ୍ଦର ୪୨ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ସୋଏବ ବସିର ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକ୍ସ ଓ ଜୋସ୍ ଟଙ୍ଗ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *