TOP STORIESଦେଶ- ବିଦେଶପାଣିପାଗ

ବର୍ଷାରେ ମୁମ୍ବାଇ ବେହାଲ

ବର୍ଷାରେ ମୁମ୍ବାଇ ବେହାଲ

୧୦୭ ବର୍ଷର ରେକର୍ଡ ଭାଙ୍ଗିଲା, ୧୬ ଦିନ ଆଗରୁ ପହଞ୍ଚିଲା ମୌସୁମୀ

ମୁମ୍ବାଇ/ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ) : ଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଆଗୁଆ ‌ଆସିଛି। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ସମେତ ମହାରାଷ୍ଟ୍ରକୁ ଏହା ଛୁଇଁଛି। ପ୍ରଥମ ଦିନର ମୌସୁମୀ ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବେହାଲ ହୋଇପଡ଼ିଛି। ମହାନଗରୀର ରାସ୍ତାଘାଟ, ରେଳଧାରଣା ଓ ବିମାନବନ୍ଦର ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ବର୍ଷା ଯୋଗୁଁ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏକ ଭୂତଳ ମେ‌‌ଟ୍ରୋ ଷ୍ଟେସନ୍‌ ବର୍ଷା ଜଳ‌ରେ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ୨୫୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି। କୁର୍ଲା, ସିଓନ୍, ଦାଦର ଓ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଥିବାବେଳେ ସକାଳୁ ଜଳମୟ ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୬୩.୫ ମିମି ବର୍ଷା ହୋଇଛି। ସହରର ୬ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୁମ୍ବାଇ ସହରରେ ହୋଇଥିବା ପ୍ରଥମ ଦିନର ‌ମୌସୁମୀ ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ମୌସୁମୀ ଏତେ ଆଗୁଆ ପହଞ୍ଚିଛି। ସ୍ୱାଭାବିକ ତାରିଖ ଜୁନ୍ ୧୧ଠାରୁ ୧୬ ଦିନ ଆଗରୁ ଏହା ମୁମ୍ବାଇକୁ ଛୁଇଁଛି। ମୁମ୍ବାଇରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ଓ ବଜ୍ରପାତ ପରେ ମଙ୍ଗଳବାର ସକାଳ ୮.୩୦ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରାଯାଇଛି।

୧୦୭ ବର୍ଷର ରେକର୍ଡ ଭାଙ୍ଗିଲା
୧୬ ଦିନ ଆଗରୁ ପହଞ୍ଚିଲା ମୌସୁମୀ
୭୫ ବର୍ଷ ମଧ୍ୟରେ ସଅଳ

ବର୍ଷା ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚ‌ାରୀଙ୍କୁ ଆଗୁଆ ତଥା ଅପରାହ୍‌ଣ ୪ଟା ସୁଦ୍ଧା ଅଫିସ୍‌ ଛାଡ଼ିବା ପାଇଁ ନି‌ର୍ଦ୍ଦେଶ ଜାରି କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ବର୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ବଜ୍ରପାତ ଯୋଗୁଁ ମହାରାଷ୍ଟ୍ରର ରାୟଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଏବଂ ନୌସେନା ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି। ମୁମ୍ବାଇ ସହରର ବିଭିନ୍ନ ଅଂଶ ଏବଂ କୋହ୍ଲାପୁର, ସାଙ୍ଗଲି ଏବଂ ସତରା ଭଳି ଅନ୍ୟାନ୍ୟ ଉପକୂଳ ଜିଲ୍ଲାରେ ୧୦ଟି ଟିମ୍‌ ମୁତୟନ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଏନ୍‌ଡିଆର୍‌ଏଫ୍‌କୁ ଅନୁରୋଧ କରାଯାଇଛି। ଉପକୂଳ କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ହେବା ସହ ରାଜ୍ୟର ଦକ୍ଷିଣ ଜିଲ୍ଲାମାନଙ୍କରେ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। କର୍ତ୍ତୃପକ୍ଷ ବିପର୍ଯ୍ୟୟ ମୁକାବିଲା ଟିମ୍ ମୁତୟନ କରିଛନ୍ତି। ଉପକୂଳ କର୍ଣ୍ଣାଟକରେ ୫ ଦିନ ପାଇଁ ରେଡ୍ ଆଲର୍ଟ ଜାରି ରହିବ। ତାମିଲନାଡୁର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କୋଏମ୍ବାଟୁର ଆଖପାଖ ପାହାଡ଼ିଆ ଅଞ୍ଚଳ ପାଇଁ ମେ ୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ରବିବାର ମୌସୁମୀ କେରଳ ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ବର୍ଷା ବିତ୍ପାତ ସୃଷ୍ଟି ହୋଇଛି। ତ୍ରିଶୂରରେ ଚଳନ୍ତା ଟ୍ରେନ୍ ଉପରେ ଗୋଟିଏ ଗଛ ପଡ଼ିଥିବା ବେଳେ କୋଝିକୋଡ଼ରେ ସ୍କୁଟର ଚଳାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଏକ ଗଛ ପଡ଼ିଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *