ଖେଳଦେଶ- ବିଦେଶ

ବର୍ଷା ଯୋଗୁଁ ବାତିଲ ହେଲା କୋଲକାତା-ବେଙ୍ଗାଲୁରୁ ଆଇପିଏଲ ମ୍ୟାଚ

ବର୍ଷା ଯୋଗୁଁ ବାତିଲ ହେଲା କୋଲକାତା-ବେଙ୍ଗାଲୁରୁ ଆଇପିଏଲ ମ୍ୟାଚ

ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୫୮ତମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ି ପାରିନଥିଲା

ବେଙ୍ଗାଲୁରୁ/ଭୁବନେଶ୍ୱର ୧୮.୦୫.୨୦୨୫(ଏସ .ଏମ ) : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୫୮ତମ ମ୍ୟାଚ ବର୍ଷା କାରଣରୁ ରଦ୍ଦ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ି ପାରିନଥିଲା । ଏହା ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକାତା ନାଇଟରାଇଡର୍ସ (କେକେଆର) ପଏଣ୍ଟ ଭାଗ କରିଛନ୍ତି । ଗୋଟିଏ ପଏଣ୍ଟ ପାଇବା ପରେ ମୋଟ ୧୭ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ସ୍ଥାନକୁ ସୁଦୃଢ କରିଛି ଆରସିବି । ଅନ୍ୟପକ୍ଷରେ କେକେଆର ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ଏହା ସହିତ କେକେଆର ପ୍ଲେଅପ୍ ଖେଳିବା ଆଶା ଶେଷ ହୋଇଯାଇଛି । ସୂଚନାଯୋଗ୍ୟ ଯେ ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୁରଯୋଗୁଁ ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ପ୍ରାୟ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ଏହା ପରେ ବିସିସିଆଇ ପକ୍ଷରୁ ଆଇପିଏଲର ଅବଶିଷ୍ଟ ମ୍ୟାଚ ପାଇଁ ନୂଆ ତାରିଖ ଘୋଷଣା କରାଯାଇଥିଲା ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *