ଅପରାଧରାଜ୍ୟ

ବଳଙ୍ଗା ମାମଲାରେ ଏସ୍‌ପି କହିଲେ- କିଛି ପ୍ରମାଣ ଆମର ହସ୍ତଗତ ହୋଇଛି

ବଳଙ୍ଗା ମାମଲାରେ ଏସ୍‌ପି କହିଲେ- କିଛି ପ୍ରମାଣ ଆମର ହସ୍ତଗତ ହୋଇଛି

  • ବହୁଚର୍ଚ୍ଚିତ ପୁରୀ ଜିଲ୍ଲା ବଳଙ୍ଗା ଘଟଣାରେ ମୁହଁ ଏସ୍‌ପି ପିନାକ ମିଶ୍ର ମୁହଁ ଖୋଲିଛନ୍ତି।
  • ସେ ବଳଙ୍ଗା ଘଟଣା ଉପରେ ତଦନ୍ତ ଆହୁରି ଚାଲିଛି। ତଦନ୍ତ କରୁଥିବା ଅଧିକାରୀ କରୁଛନ୍ତି ଆହୁରି ଅଧିକ ତଦନ୍ତ ହେବ।

ଭୁବନେଶ୍ୱର ୨୬-୦୭-୨୦୨୫(ଏସ.ଏମ. ) :  ହୁଚର୍ଚ୍ଚିତ ପୁରୀଜିଲ୍ଲା ବଳଙ୍ଗା ଘଟଣାରେ ମୁହଁ ଏସ୍‌ପି ପିନାକ ମିଶ୍ର ମୁହଁ ଖୋଲିଛନ୍ତି। ସେ ବଳଙ୍ଗା ଘଟଣା ଉପରେ ତଦନ୍ତ ଆହୁରି ଚାଲିଛି। ତଦନ୍ତ କରୁଥିବା ଅଧିକାରୀ କରୁଛନ୍ତି ଆହୁରି ଅଧିକ ତଦନ୍ତ ହେବ। ଏ ଘଟଣାର ସମ୍ପୂର୍ଣ ତଥ୍ୟ ତଦନ୍ତ ପାଇଁଟିକେ ସମୟ ଲାଗୁଛି। ତଦନ୍ତ ଯାହାବି କରୁଛୁ ତଦନ୍ତ ସପକ୍ଷ, ଯେଉଁଥି ପାଇଁ ଟିକେ ସମୟ ଲାଗୁଛି। ତଦନ୍ତରେ କୌଣସି ପ୍ରକାରର କ୍ଷୀୟ ଯେମିତି ନ ଛାଡୁ ସେଥିପ୍ରତି ମଧ୍ୟ ଧ୍ୟାନ ରଖୁଛୁ। କୌଣସି ଡିସ୍କସ ଭିତରେ ଆମେ ପହଞ୍ଚି ପାରି ନାହୁଁ। କିଛି ମୂଲ୍ୟବାନ ପ୍ରମାଣ ଆମର ହସ୍ତଗତ ହୋଇଛି। ଆମେ ଆଗାମୀ ଦିନରେ ଏହାର ପ୍ରତିକ୍ରିୟା ରଖିବୁ।

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍‌ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ କ୍ରାଇମ୍‌ ସ୍ପଟ୍‌ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ କରିଛନ୍ତି। ସମ୍ପୂର୍ଣ ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ଏମ୍‌ସ ଦିଲ୍ଲୀରେ ଜଣେ ଡାକ୍ତର, ସେହି ଅଂଚଳର ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନାର ମହିଳା ଏଏସ୍‌ଆଇ, କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀଙ୍କ ସମେତ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ଉପସ୍ଥିତ ଥିଲେ।ବଳଙ୍ଗା ପୁଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକିୟା ଚୂଡାନ୍ତ ପର୍ଯାୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି। ତଦନ୍ତର ସମ୍ପୂର୍ଣ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଦିଆଯାଇଥିବା ସରିଛି। ବଳଙ୍ଗା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଆସନ୍ତାକାଲି ଦିଲ୍ଲୀରୁ ଫେରିବେ।

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଥିଲା। କିନ୍ତୁ ପୀଡ଼ିତାଙ୍କ ଅଧିକ ଚିକିତ୍ସା ପାଇଁ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *